ETV Bharat / bharat

ମହିଳା ସହକର୍ମୀ ଥିବାରୁ ଟ୍ରେନ ଚଳାଇବାକୁ ମନା କଲେ ଲୋକୋ ପାଇଲଟ - ଟ୍ରେନ ଚଳାଇବାକୁ ମନା କଲେ ଲୋକପାଇଲଟ

ଜୟପୁରରେ ମହିଳା ସହକର୍ମୀ ଥିବାରୁ ଟ୍ରେନ ଚଳାଇବାକୁ ମନା କଲେ ଲୋକୋ ପାଇଲଟ । ଅଧିକ ପଢନ୍ତୁ....

ମହିଳା ସହକର୍ମୀ ଥିବାରୁ ଟ୍ରେନ ଚଳାଇବାକୁ ମନା କଲେ ଲୋକପାଇଲଟ

author img

By

Published : Mar 7, 2021, 8:37 PM IST

ଜୟପୁର: ମାର୍ଚ୍ଚ 8 ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯିବାକୁ ଥିବାବେଳେ ସରକାର କ୍ରମାଗତ ଭାବରେ ମହିଳାଙ୍କ ସଶକ୍ତିକରଣ କଥା କହି ଆସୁଛନ୍ତି । ଅନ୍ୟପଟେ ଉତ୍ତର ପଶ୍ଚିମ ରେଳବାଇର ଜୟପୁର ଡିଭିଜନରେ ମହିଳା ରେଳ କର୍ମଚାରୀଙ୍କ ପ୍ରତି ଚରମ ଭେଦଭାବର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ।

ଘଟଣା ଅନୁସାରେ ସକାଳେ ଜୟପୁର ଜଙ୍କସନରୁ ଯାଉଥିବା ଆଜମର୍ ଜବଲପୁର ଦିନୋଡାଇ ଏକ୍ସପ୍ରେସର ଲୋକୋ ପାଇଲଟ୍ ରାଜେଶ ମୀନା ଟ୍ରେନ୍ ଚଳାଇବାକୁ ମନା କରିଦେଇଥିଲେ । ଏହା ପଛରେ କାରଣ ଥିଲା କିଛି ଭିନ୍ନ ଓ ଆଶ୍ଚର୍ଯ୍ୟ ଚକିତ । ଉକ୍ତ ଟ୍ରେନରେ ଜଣେ ମହିଳା କର୍ମଚାରୀ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଭାବରେ ନିୟୋଜିତ ହୋଇଥିବାରୁ ଟ୍ରେନ ଚାଳକ ଜଣଙ୍କ ଟ୍ରେନ ଚଳାଇବାକୁ ମନା କରିଦେଇଥିବା ଜଣାପଡିଛି । ପରେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସବୁଠି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଏଭଳି ପରିସ୍ଥିତିରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ଗୋଟିଏ ପଟେ ସରକାର ଏବଂ ରେଳ କର୍ତ୍ତୃପକ୍ଷ କ୍ରମାଗତ ଭାବରେ ମହିଳାଙ୍କ ଉନ୍ନତି ଓ ନିଯୁକ୍ତି ଉପରେ ଧ୍ୟାନ ଦେଇ ଆସୁଥିବାବେଳେ ରେଳବାଇର ଜୟପୁର ବିଭାଗ ଅଧୀନରେ ଏପରି ଏକ ଲଜ୍ଜିତ ଘଟଣା ସାମ୍ନାକୁ ଆସିବା ସମସ୍ତଙ୍କୁ ଚକିତ କରିଛି । ଘଟଣା ବାବଦରେ ଜାଣିବା ପରେ ମଧ୍ୟ ରେଳ ଅଧିକାରୀଙ୍କ ଦ୍ବାରା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ଘଟଣା ପରେ ଉକ୍ତ ମହିଳା ସହକାରୀ ଲୋକପାଇଲଟ ଜଣଙ୍କ ଲିଖିତ ଅଭିଯୋଗ କରିଥିବା ମଧ୍ୟ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.