ETV Bharat / bharat

22 ରେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଦଳକୁ ମିଳିପାରନ୍ତି ନୂଆ ହାଇକମାଣ୍ଡ

author img

By

Published : Jan 20, 2021, 9:51 PM IST

ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା 22ତାରିଖରେ ବସିବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ.....

22 ରେ କଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ , ଦଳକୁ ମିଳିପାରନ୍ତି ନୂଆ ହାଇକମାଣ୍ଡ

ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା 22ତାରିଖରେ ବସିବା ନେଇ ସୂଚନା ରହିଛି । ଏହି ବୈଠକରେ ସାଂଗଠନିକ ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ଉକ୍ତ ବୈଠକରେ ଦଳ ପାଇଁ ନୂଆ ମୁଖ୍ୟ ନିର୍ବାଚିତ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏବି ବୈଠକ ଭିସି ଯୋଗେ ଅନୁଷ୍ଠିତ ହେବ । ସଂସଦର ବଜେଟ ଅଧିବେସନର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହେବ । ଦଳକୁ ନୂଆ ଶିର୍ଷ ନେତୃତ୍ବ ସହ ମିଳିବା ସହ ନୂଆ ରଣନୀତି ମଧ୍ୟ ପ୍ରସ୍ତୁତ କରାଯଯିବ । ବଜେଟ ଅଧିବେସନରେ ଦଳ କେଉଁ ସବୁ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଘେରିବ ତାହା ବାବଦରେ ମଧ୍ୟ ରୂପରେଖ ପ୍ରସ୍ତୁତ କରାଯିବା ନେଇ ଯୋଜନା ରହିଛି ।

ଏହି ଅଧିବେଶନରେ ନୂଆ କୃଷି ଆଇନକୁ ବିରୋଧ ଓ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ମଧ୍ୟ ସଂକଳ୍ପପତ୍ର ପାରିତ ହୋଇପାରେ । ଚାଷୀ ପ୍ରସଙ୍ଗକୁ ନେଇ କିପରି ସରକକାରଙ୍କୁ ଅଡୁଆରେ ପକାଇବ ତାହା ବାବଦରେ ମଧ୍ୟ ରଣନୀତି ପ୍ରସ୍ତୁତ କରିବ ଦଳ । ଏନେଇ ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ଦ୍ବାରା ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସୁପାରିଶ କରାଯାଇଥିବା କଥା ଜଣା ପଡଛି ।

ସାଂଗଠନିକ ସ୍ତରରେ ବ୍ଲକ ସ୍ତରରୁ ହାଇକମାଣ୍ଡ ସ୍ତର ପର୍ଯ୍ୟନ୍ତ ପୁର୍ଣ୍ଣକାଳୀନ ନେତୃତ୍ବ ନିର୍ବାଚିତ କରିବା ପାଇଁ ପୂର୍ବରୁ 23 ଜଣ ସଦସ୍ୟ ଅନ୍ତରୀଣ ଅଧ୍ୟକ୍ଷାଙ୍କୁ ଚିଠି ଲେଖି ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.