ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମାଗଣା ଟୀକାକରଣ ବା କ୍ୟାମ୍ପେନ ମୋଡରେ ଟୀକାକରଣ । ଦେଶରେ ସବୁ ରାଜ୍ୟରେ ଏନେଇ ପର୍ଯ୍ୟାୟ କ୍ରମେ ଟୀକାକରଣ ସୋମବାର ଠାରୁ ଆରମ୍ଭ ହୋଇଛି । କେନ୍ଦ୍ର ରାଜ୍ୟମାନଙ୍କୁ ମାଗଣାରେ ଟିକା ଯୋଗାଇଥିବା ବେଳେ ହିତାଧିକାରୀଙ୍କୁ ମଧ୍ୟ ମାଗଣା ଟିକା ଦିଆଯାଉଛି ।
ତେବେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ରାଜ୍ୟମାନଙ୍କୁ 30 କୋଟି 33ଲକ୍ଷ 27 ହଜାର 440 ଟିକା ଯୋଗାଇଥିବା ବେଳେ ଏଥି ମଧ୍ୟରୁ ଅପଚୟ ସମେତ ମୋଟ 28 କୋଟି 43ଲକ୍ଷ 40 ହଜାର 936 ଡୋଜ ଟିକା ଦିଆଯାଇଛି । ଏନେଇ କେନ୍ଦ୍ରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
@ANI