ସୁରଟ: କୋଭିଡ୍ ସମୟରେ ଅତି ନିକଟରୁ ମୃତ୍ୟୁ ମୁଖରୁ ଫେରିବା ପରେ ଆନନ୍ଦ ଉତ୍ସବ ପାଳନ କରିଛନ୍ତି ସୁରଟର ଜଣେ ବ୍ୟବସାୟୀ । ଯିଏକି କୋରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତି ଯାଇଛନ୍ତି । ଘୋଡା ଉପରେ ବସି କୋଭିଡ ଏକାନ୍ତବାସ କେନ୍ଦ୍ରରୁ ଘରକୁ ଯିବାକୁ ସ୍ଥିର କରିଥିଲେ । ବାସ୍ତବରେ, ତାଙ୍କ ପରିବାର ମଧ୍ୟ ଘରକୁ ଫେରିଲେ ତାଙ୍କର ବିଜୟ ଉତ୍ସବ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ଚାହୁଁଥିଲେ । ଟେକ୍ସଟାଇଲ ୟୁନିଟର ମାଲିକ ଥିବା କେତନ ରଙ୍ଗାନି ବୟସ 27 ବର୍ଷ ।
ଭାରାଚାର ସୁଦାମା ଛକ କମ୍ୟୁନିଟି ହଲରୁ ଘୋଡାରେ ଚଢି ଘରକୁ ଫେରିବାକୁ ବାହାରିଥିଲେ । ତାଙ୍କର ବିଜୟର ସଙ୍କେତ ଦେବା ପାଇଁ ତ୍ରିକୋଣ ସଂକତ ମଧ୍ୟ ଦେଇଥିଲେ । ଶନିବାର ଦିନ ସେ ସୁସ୍ଥ ଥିବାବେଳେ ତାଙ୍କ ଶୋଭାଯାତ୍ରାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ରବିବାର ସନ୍ଧ୍ୟାରେ ରଙ୍ଗାନୀଙ୍କୁ ସାତ ଦିନ ପାଇଁ ଏକାନ୍ତବାସ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ