ETV Bharat / bharat

Budget Session: ମାର୍ଚ୍ଚ 14 ଯାଏଁ ଉଭୟ ସଦନ ମୁଲତବୀ

author img

By

Published : Feb 11, 2022, 10:19 PM IST

ଶେଷ ହେଲା ସପ୍ତଦଶ ଲୋକସଭାର ଅଷ୍ଟମ ସଂସ୍କରଣ ବଜେଟ ଅଧିବେଶନ (Budget Session) ର ପ୍ରଥମ ପର୍ଯ୍ୟାୟ । ଗତ ଜାନୁୟାରୀ 31 ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଅଧିକ ପଢନ୍ତୁ

Budget Session
Budget Session

ନୂଆଦିଲ୍ଲୀ: ଶେଷ ହେଲା ସପ୍ତଦଶ ଲୋକସଭାର ଅଷ୍ଟମ ସଂସ୍କରଣ ବଜେଟ ଅଧିବେଶନ (Budget Session) ର ପ୍ରଥମ ପର୍ଯ୍ୟାୟ । ଗତ ଜାନୁୟାରୀ 31 ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଆସନ୍ତା ମାର୍ଚ୍ଚ 14 (Lok Sabha adjourned to resume its second part of the Budget Session on March 14) ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଜାନୁୟାରୀ 31 ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଯୁଗ୍ମ ସଦନକୁ ସମ୍ବୋଧିତ କରିଥିଲେ । ଫେବୃୟାରୀ 1 ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2022-23 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଥିଲେ । ପରେ ଲୋକସଭାରେ 4 ଦିନ ଧରି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥିଲା । ପରେ ସାଂସଦଙ୍କ ଆପତ୍ତି, ପ୍ରସ୍ତାବ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ଜବାବ ଦେଇଥିଲେ । ସେହିପରି ବଜେଟକୁ ନେଇ 3 ଦିନ ଧରି ଲୋକସଭାରେ ସରଗରମ ଆଲୋଚନା ହୋଇଥିଲା । ଶେଷଦିନରେ ଅର୍ଥମନ୍ତ୍ରୀ ଲୋକସଭାକୁ ଜବାବ ଦେଇଥିଲେ ।

ସେପଟେ ସଂସଦର ଉପର ସଦନ ତଥା ରାଜ୍ୟସଭା ମଧ୍ୟ ଆସନ୍ତା ମାର୍ଚ୍ଚ 14 ପର୍ଯ୍ୟନ୍ତ (Rajya Sabha adjourned till 14th March 2022 as the first part of the BudgetSession2022) ମୁଲତବୀ ରଖିଛନ୍ତି ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ । ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।

ଏହାବାଦ ବଜେଟକୁ ନେଇ ମଧ୍ୟ ସରଗରମ ବିତର୍କ ହୋଇଥିଲା । ସାଂସଦଙ୍କର ସମସ୍ତ ଅଭିଯୋଗ ଓ ପ୍ରସ୍ତାବର ଜବାବ ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ନିର୍ମଳା ସୀତାରମଣଙ୍କ ଜବାବ ଶେଷ ହେବା ପରେ ଉପାଧ୍ୟକ୍ଷ ରାଜ୍ୟସଭାର ବିବରଣୀ ପାଠ କରିବା ପାଇଁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ ମୁରୁଗନଙ୍କ ନିର୍ଦ୍ଦେଶ ଦେଇଥିଲେ । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ହୋଇଥିବା କାର୍ଯ୍ୟକ୍ରମ ଉପରେ ରାଜ୍ୟସଭାରେ ରଖିଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟସଭାରେ ବିଭିନ୍ନ ମନ୍ତ୍ରଣାଳୟର 27 ଟି ରିପୋର୍ଟ ଉପସ୍ଥାପନା ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ସମସ୍ତ ବିଲ ମଧ୍ୟ ଉପସ୍ଥାପନା ହୋଇଛି । ମୋଟାମୋଟି ଭାବେ ରାଜ୍ୟସଭାରେ ଶତପ୍ରତିଶତ କାର୍ଯ୍ୟ ହୋଇଥିବା ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ସଂସଦ ବଜେଟ ଅଧିବେଶନ କୋଭିଡ କଟକଣା ମଧ୍ୟରେ ଚାଲିଥିଲା । ରାଜ୍ୟସଭା ସକାଳ 10 ଟାରୁ ଆରମ୍ଭ ହୋଇ ଅପରାହ୍ନ 2.30 ଓ ଲୋକସଭା ଅପରାହ୍ନ 4 ଟା ରୁ ଆରମ୍ଭ ହୋଇ ରାତି 9 ଟା ପର୍ଯ୍ୟନ୍ତ ଚାଲୁଥିଲା । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଉଭୟ ସଦନରେ ସେଭଳି କୌଣସି ହଟ୍ଟଗୋଳ କି ହଙ୍ଗାମା ହୋଇନଥିଲା । ଯାହା ସରକାରଙ୍କ ପାଇଁ ବଡ ଆଶ୍ବସ୍ତି । ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 14 ଆରମ୍ଭ ହୋଇ ଏପ୍ରିଲ 8 ପର୍ଯ୍ୟନ୍ତ ଚାଲିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.