ETV Bharat / bharat

ମାଡୁଛି କୋରୋନା: ମହାରାଷ୍ଟ୍ର ସରକାରଙ୍କ ସର୍ବଦଳୀୟ ବୈଠକ, କାଲି ଲକଡାଉନ ନିଷ୍ପତ୍ତି

ମହାରାଷ୍ଟ୍ରରେ କୋଭିଡ ସ୍ଥିତି ଗମ୍ଭୀର ହୋଇଥିବାବେଳେ ସର୍ବ ଦଳୀୟ ବୈଠକ ଡାକିଲେ ମହାରାଷ୍ଟ୍ର ସରକାର । ରବିବାର ଟ୍ୟାକ୍ସଫୋର୍ସ ଆଧାରରେ ନିଆଯାଇପାରେ ବଡ ନିଷ୍ପତ୍ତି । ଅଧିକ ପଢନ୍ତୁ...

author img

By

Published : Apr 10, 2021, 9:05 PM IST

କୋଭିଡ ସ୍ଥିତି ନେଇ ମହାରାଷ୍ଟ୍ର ସରକାରଙ୍କ ସର୍ବଦଳୀୟ ବୈଠକ , ଲକ ଡାଉନ ନିଷ୍ପତ୍ତି ନେଇ ଆସନ୍ତାକାଲିକୁ ଅପେକ୍ଷା
କୋଭିଡ ସ୍ଥିତି ନେଇ ମହାରାଷ୍ଟ୍ର ସରକାରଙ୍କ ସର୍ବଦଳୀୟ ବୈଠକ , ଲକ ଡାଉନ ନିଷ୍ପତ୍ତି ନେଇ ଆସନ୍ତାକାଲିକୁ ଅପେକ୍ଷାକୋଭିଡ ସ୍ଥିତି ନେଇ ମହାରାଷ୍ଟ୍ର ସରକାରଙ୍କ ସର୍ବଦଳୀୟ ବୈଠକ , ଲକ ଡାଉନ ନିଷ୍ପତ୍ତି ନେଇ ଆସନ୍ତାକାଲିକୁ ଅପେକ୍ଷା

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହି ପରିସ୍ଥିତିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସର୍ବ ଦଳୀୟ ବୈଠକରେ ରାଜ୍ୟରେ କୋଭିଡ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭର୍ଚୁଆଲରେ ଆୟୋଜିତ ସର୍ବଦଳୀୟ ବୈଠକରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ମଧ୍ଯ ଯୋଗ ଦେଇଛନ୍ତି । ବୈଠକରେ ରାଜ୍ୟରେ ସାମ୍ପ୍ରତିକ କୋଭିଡ ସ୍ଥିତି ସମୀକ୍ଷା ସହ ମୁକାବିଲା ରଣନୀତି ଉପରେ ଆଲୋଚନା ହୋଇଛି । ତେବେ ରାଜ୍ୟରେ କୋଭିଡ ସ୍ଥିତି ଅତି ଗମ୍ଭୀର ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏନେଇ ସରକାର କଣ ବଡ ନିଷ୍ପତ୍ତି ନେଉଛନ୍ତି ତାହା ଆସନ୍ତାକାଲି (ରବିବାର) ସ୍ପଷ୍ଟ ହେବ ।

ବର୍ତ୍ତମାନର ସ୍ଥିତିକୁ ଦେଖି ରାଜ୍ୟରେ ଲକଡାଉନ ଲାଗୁ ହେବାନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଆସନ୍ତାକାଲି ଟାକ୍ସ ଫୋର୍ସର ସୁପାରିଶ ଆଧାରରେ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଭିସି ଯୋଗେ ଏହି ଆଲୋଚନା କରିଛନ୍ତି ।

ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ସଂକ୍ରମଣର ଦ୍ବିତୀୟ ଲହରକୁ ଦେଖି ସରକାର କଟକଣାକୁ କଡାକଡି କରିବାରେ ଲାଗିଛନ୍ତି । କିଛି ସ୍ଥାନରେ ରାତ୍ରକାଳୀନ କର୍ଫ୍ୟୁ ମଧ୍ୟ ଜାରି କରିଛନ୍ତି ସରକାର । ଆଜି କୋଭିଡ ସ୍ଥିତି ନେଇ ହୋଇଥିବା ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.