କୋଲକାତା: NEET ଉତ୍ତୀର୍ଣ୍ଣ ହେଲେ ଥାଲାସେମିଆ ରୋଗୀ । ମେଡିକାଲ ଶିକ୍ଷା ଯୋଗ୍ୟତା ପରୀକ୍ଷାରେ(NEET) ଉତ୍ତୀର୍ଣ୍ଣ ହେଲେ ଥାଲାସେମିଆ ରୋଗୀ । ଭବିଷ୍ୟତରେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ଛାତ୍ରୀ । ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ମେଡିକାଲ ଛାତ୍ରୀ ହେଉଛନ୍ତି ଇନ୍ଦ୍ରାଣୀ ବିଶ୍ବାସ । ସେ ଖୋଦ ଥାଲାସେମିଆ ରୋଗରେ ପୀଡ଼ିତ ଅଛନ୍ତି । ଏହାପରେ କଠିନ ଅଧ୍ୟବସାୟ ବଳରେ ମେଡିକାଲ ପଢ଼ିବା ପାଇଁ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜୀବନ ବଞ୍ଚାଇବା ପାଇଁ ପ୍ରତି ମାସରେ ଦୁଇଥର ତାଙ୍କୁ ରକ୍ତ ଦିଆ ଯାଉଛି ।
ଇନ୍ଦ୍ରାଣୀ ବିଶ୍ବାସ, ନିଲ୍ ରତନ ସରକାର ମେଡିକାଲ୍ କଲେଜ୍ରେ ନାମ ଲେଖାଇଛନ୍ତି । ପାଠପଢ଼ା ସରିବା ପରେ ସେ ଥାଲାସେମିଆ ରୋଗୀଙ୍କ ଜୀବନ ରକ୍ଷା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଚଳିତ ବର୍ଷ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଇନ୍ଦ୍ରାଣୀ ।
ଇନ୍ଦ୍ରାଣୀ ବିଶ୍ବାସ ହେମାଟୋଲୋଜୀ ପଢ଼ିବାକୁ ଯାଉଛନ୍ତି । ଆଗାମୀ ଦିନରେ ସେ ବ୍ଲଡ୍ କ୍ୟାନ୍ସରକୁ ନେଇ ଅଧ୍ୟୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ଥାଲାସେମିଆ ରୋଗର ଶିକାର ହୋଇଛନ୍ତି । ଏଭଳି ରୋଗର ଶିକାର ହୋଇଥିବା ଲୋକଙ୍କ ଜୀବନ ରକ୍ଷା କରିବାକୁ ଚାହୁଁଛନ୍ତି । ଦିନକୁ ଦିନ ଇନ୍ଦ୍ରାଣୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଗିଡ଼ିବାରେ ଲାଗିଛି । ପୂର୍ବରୁ ତାଙ୍କୁ ମାସକୁ ଥରୁଟିଏ ରକ୍ତ ଦିଆ ଯାଉଥିଲା । ବର୍ତ୍ତମାନ ତାଙ୍କୁ ମାସରେ ଦୁଇ ଥର ରକ୍ତ ଦିଆ ଯାଉଛି ।
କୋରୋନା ମହାମାରୀ ସମୟରେ ଇନ୍ଦ୍ରଣୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ଲକ୍ଡାଉନ୍ ଯୋଗୁଁ ରକ୍ତ ମିଳିବା ମୁସ୍କିଲ୍ ହୋଇ ପଡ଼ିଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ରୋଗରୁ ମୁକ୍ତ ହେବାପାଇଁ ସେ ନିୟମିତ ଔଷଧ ସେବନ କରୁଛନ୍ତି । ବାଙ୍କୁରା ଜିଲ୍ଲାର ନିବ୍ରା ଗ୍ରାମରେ ଇନ୍ଦ୍ରାଣୀଙ୍କ ଘର । ଗର୍ଗିଆ ସୁଭାସ ସ୍କୁଲ୍ରେ ସେ ହାଇସ୍କୁଲ୍ ପଢ଼ା ଶେଷ କରିଛନ୍ତି । ଏହାପରେ ନିର୍ମଳ ହୃଦୟ ଆଶ୍ରମ ସ୍କୁଲ୍ରେ ଇଣ୍ଟର ଶେଷ କରିଛନ୍ତି ।
ପାଠ ପଢ଼ି ମେଡିକାଲ ଶିକ୍ଷା ପାଇଁ ଯୋଗ୍ୟତା ହାସଲ କରିବା ତାଙ୍କ ପକ୍ଷରେ ସହଜ ନଥିଲା । ସବୁବେଳେ ସେ ଥାଲାସେମିଆ ରୋଗ ପାଇଁ ସମସ୍ୟା ଭୋଗୁଥିଲେ । ଏଥିପାଇଁ ତାଙ୍କୁ ବାରମ୍ବାର ଡାକ୍ତରଙ୍କ ନିକଟକୁ ଦୌଡ଼ିବାକୁ ପଡ଼ୁଥିଲା । ଏମିତି ବି ଦିନେ ସମୟ ଆସିଥିଲା, ଯେତେବେଳେ ପାଠ ପଢ଼ିବାରେ ଡୋରି ବାନ୍ଧିବାକୁ ତାଙ୍କୁ ପରିବାର ଲୋକେ କହିଥିଲେ । କିନ୍ତୁ ହାର ମାନିନଥିଲେ ଇନ୍ଦ୍ରାଣୀ, ଥାଲାସେମିଆକୁ ହରାଇ ସେ ପଢ଼ା ଜାରି ରଖିଥିଲେ । ନିଜ ସ୍ବପ୍ନ କରିବା ପାଇଁ ଅକ୍ଲାନ୍ତ ପ୍ରୟାସ କରି ଚାଲିଥିଲେ । ଏଥିପାଇଁ ତାଙ୍କୁ ପରିବାରର ଭରପୁର ସହାୟତା ମଧ୍ୟ ମିଳିଥିଲା । ଏକ ମାରାତ୍ମକ ରୋଗର ଶିକାର ହୋଇଥିବା ସତ୍ତ୍ବେ ଲଢ଼େଇ ଜାରି ରଖିଛନ୍ତି । ବର୍ତ୍ତମାନ ଇନ୍ଦ୍ରାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।