ETV Bharat / bharat

Terrorist Attack: ସାଧାରଣ ନାଗରିକଙ୍କ ପରେ ଟାର୍ଗେଟରେ ପୋଲିସ ଷ୍ଟେସନ, ମାଡକଲେ ଗ୍ରେନେଡ

author img

By

Published : Apr 19, 2022, 10:52 PM IST

ଜମ୍ମୁ କାଶ୍ମୀର ବୁଡଗାମ ପୋଲିସ ଷ୍ଟେସନ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । ସମସ୍ତ ସୀମା ପଥ ସିଲ୍ । ଅଧିକ ପଢନ୍ତୁ

ବୁଡଗାମ ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ମାଡ, ହୋଇନି କ୍ଷୟକ୍ଷତି

ଶ୍ରୀନଗର: ଜମ୍ମୁ କାଶ୍ମୀର ବୁଡଗାମ ପୋଲିସ ଷ୍ଟେସନ ଉପରେ ଗ୍ରେନେଡ ମାଡ । ଆଜି(ମଙ୍ଗଳବାର) ରାତି ପାଖାପାଖି 9ଟା 15ରେ ଆତଙ୍କବାଦୀ ଏହି ଗ୍ରେନେଡ ମାଡ କରିଥିବା ସୂଚନା । ତେବେ ପୋଲିସ ଷ୍ଟେସନ ଆଡକୁ ଗ୍ରେନେଡ ମାଡ ହୋଇଥିଲେ ମଧ୍ୟ ଥାନା ଗେଟ ନିକଟରେ ବିସ୍ଫୋରଣ ଘଟିଥିଲା ।

ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଆଲର୍ଟ ଥିବା ସୁରକ୍ଷାକର୍ମୀ ତୁରନ୍ତ ପାଲଟା ଆକ୍ରମଣ କରିଥିଲେ ମଧ୍ୟ ଅନ୍ଧାରର ସୁଯୋଗ ନେଇ ଆତଙ୍କବାଦୀ ଖସି ଯାଇଛନ୍ତି । ଖବର ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିସହ ସମସ୍ତ ସୀମା ପଥ ମଧ୍ୟ ସିଲ୍ କରାଯାଇଛି । ନିକଟରେ କିଛି ଦିନ ଧରି ଘାଟିରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ସାଧାରଣ ନାଗରିକଙ୍କୁ ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.