ETV Bharat / bharat

Grenade Attack In Srinagar: ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣରେ ୪ ଆହତ - ଘାଟିରେ ଗ୍ରେନେଡ ଆକ୍ରମଣ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘାଟିରେ ଆତଙ୍କୀ ଆକ୍ରମଣ । ଗ୍ରେନେଡ ମାଡରେ ଯବାନଙ୍କ ସମେତ ୪ ଆହତ । ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

grenade attack in Srinagar: ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣରେ ୪ ଆହତ

author img

By

Published : Jan 25, 2022, 9:59 PM IST

ଶ୍ରୀନଗର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘାଟିରେ ଆତଙ୍କୀ ଆକ୍ରମଣ । ଆଜି ପ୍ରାୟ ଅପରାହ୍ନରେ ଶ୍ରୀନଗରେ ଆତଙ୍କୀଙ୍କ ଗ୍ରେନେଡ ମାଡରେ ୪ ଜଣ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ଆହତଙ୍କ ମଧ୍ୟରେ ୨ ଯବାନ ଓ ୨ ମହିଳା ରହିଥିବା ସୂଚନା ମିଳିଛି ।

ଆଜି ଅପରାହ୍ନ ପ୍ରାୟ ୩ ଟାରେ ସୁରକ୍ଷା କର୍ମୀମାନେ ତଲାସି ଅଭିଯାନ ଜାରି ରଖିଥିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା ଆତଙ୍କୀମାନେ ସେମାନଙ୍କ ଉପରକୁ ଅତର୍କିତ ଗ୍ରେନେଡ ମାଡ କରିଥିଲେ । ଏଥିରେ୨ ଯବାନଙ୍କ ସମେତ ୪ ଜଣ ଆହତ ହୋଇଥିବା ସୁରକ୍ଷା ବଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଖବର ମିଳିବା ପରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଉକ୍ତ ସ୍ଥାନକୁ କର୍ଡନ କରି ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଏହି ଦିନ ଆତଙ୍କବାଦୀ ମାନେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଆକ୍ରମଣ କରିପାରନ୍ତି ବୋଲି ମଧ୍ୟ ଗୁଇନ୍ଦା ବିଭାଗ ସତର୍କ କରିସାରିଛି । ଉକ୍ତ ସୂଚନା ଆଧାରରେ ସୁରକ୍ଷାକର୍ମୀ ମଧ୍ୟ ଘାଟିର ବିଭିନ୍ନ ସମ୍ବୋଦନଶୀଳ ସ୍ଥାନରେ କଡା ପ୍ରହରା ଦେଉଛନ୍ତି । କୌଣସି ପରିସ୍ଥିତିରେ ଆକ୍ରମଣ ଯୋଜନା ପଣ୍ଡ କରିବା ପାଇଁ ସୁରକ୍ଷାବଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ଥାନୀୟ ପୋଲିସ ପ୍ରଶାସନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.