ETV Bharat / bharat

Pulwama Encounter: 2 ଆତଙ୍କୀ ସଫା

ସୀମାରେ ସୁରକ୍ଷାବାହିନୀଙ୍କ ଆତଙ୍କୀ ଦମନ ଅଭିଯାନ ଜାରି ରହିଛି । ପୁଲାୱାମାର ମିତ୍ରିଗାମ ଅଞ୍ଚଳରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅଧିକ ପଢନ୍ତୁ

Pulwama Encounter
Pulwama Encounter
author img

By

Published : Apr 28, 2022, 7:43 AM IST

Updated : Apr 28, 2022, 12:59 PM IST

ଶ୍ରୀନଗର: ସୀମାରେ ସୁରକ୍ଷାବାହିନୀଙ୍କ ଆତଙ୍କୀ ଦମନ ଅଭିଯାନ ଜାରି ରହିଛି । ପୁଲାୱାମାର ମିତ୍ରିଗାମ ଅଞ୍ଚଳରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ 2 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିହତ ଦୁଇ ଆତଙ୍କୀ ବଡ ବଡ ଆକ୍ରମଣରେ ସାମିଲ ଥିବା ସୂଚନା ଦେଇଛି କଶ୍ମୀର ଜୋନ ପୋଲିସ ।

  • #PulwamaEncounterUpdate: Both killed terrorists identified as local terrorists namely Aijaz Hafiz & Shahid Ayub, of Al-Badr outfit. 02 AK rifles recovered. They had been involved in series of attacks on outside labourers in Pulwama in the month of March-April 2022: IGP Kashmir. https://t.co/Rc8ZWjV85d

    — Kashmir Zone Police (@KashmirPolice) April 27, 2022 " class="align-text-top noRightClick twitterSection" data=" ">

ନିହତ ଦୁଇ ଆତଙ୍କୀ ହେଲେ ଏଜାଜ ହାଫିଜ ଓ ଶାହିଦ ଆୟୁବ । ଉଭୟ ଅଲ-ବଦରର ଆତଙ୍କୀ ସଂଗଠନର ହୋଇଥିବା ଜଣାପଡିଛି । ପୁଲୱାମାରେ ମାର୍ଚ୍ଚ ଓ ଏପ୍ରିଲରେ ପ୍ରବାସୀ ଶ୍ରମିକଙ୍କ ଉପରକୁ ହୋଇଥିବା ସିରିଜ ଆକ୍ରମଣରେ ଉଭୟ ସଂମ୍ପୃକ୍ତ ଥିବା କହିଛନ୍ତି କଶ୍ମୀର ଆଇଜିପି ବିଜୟ କୁମାର । ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାକର୍ମୀ ଖବର ପାଇଥିଲା । ଏହାପରେ ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲା । ଉଭୟ ପଟୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ସେମାନଙ୍କଠୁ 2ଟି ଏକେ-47 ଜବତ ହୋଇଛି ।

Pulwama Encounter
Pulwama Encounter

ପ୍ରକାଶ ଥାଉ କି, ଶେଷ ଥର ପାଇଁ ଏପ୍ରିଲ 24 ତାରିଖରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ପୁଲଓ୍ବାମାରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ 3 ଜଣ ଆତଙ୍କୀଙ୍କୁ ସଫା କରିବାରେ ସେନା ସଫଳ ହୋଇଥିଲା । ଚଳିତ ବର୍ଷ ଆରମ୍ଭରୁ ସୀମାରେ ପ୍ରାୟ 20ରୁ ଅଧିକ ଥର ଏନକାଉଣ୍ଟର ହୋଇଛି । ଏଥିରେ 62 ଆତଙ୍କୀ ନିପାତ ହୋଇଛନ୍ତି । ନିପାତ ଆତଙ୍କୀଙ୍କ ମଧ୍ୟରେ ଲସ୍କର ଏ ତୋଏବାର 39, ଜୈଶ ଏ ମହମ୍ମଦର 15, ଏଚଏମର 6 ଓ ଏଏଲ ବଦରର 2 ଜଣ ଆତଙ୍କୀ ସଙ୍ଗଠନର ରହିଛନ୍ତି । 62 ଆତଙ୍କୀଙ୍କ ମଧ୍ୟରେ 47ଜଣ ସ୍ଥାନୀୟ ଅତଙ୍କୀ ହୋଇଥିବା ସୂଚନା ଦେଇଛନ୍ତି କଶ୍ମୀକ ଆଇଜିପି ବିଜୟ କୁମାର ।

@ANI

Last Updated : Apr 28, 2022, 12:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.