ETV Bharat / bharat

ଅନନ୍ତନାଗରେ ଆତଙ୍କୀଙ୍କ ଗ୍ରେନେଡ ମାଡ

author img

By

Published : Apr 26, 2022, 9:50 AM IST

ଅନନ୍ତନାଗ ଜିଲ୍ଲାର ବିଜଭାରର ପଦସାହି ବାଗ ଅଞ୍ଚଳରେ ପୋଲିସ କ୍ୟାମ୍ପ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । କେହି ଆହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ଅନନ୍ତନାଗରେ ଆତଙ୍କୀଙ୍କ ଗ୍ରେନେଡ ମାଡ
ଅନନ୍ତନାଗରେ ଆତଙ୍କୀଙ୍କ ଗ୍ରେନେଡ ମାଡଅନନ୍ତନାଗରେ ଆତଙ୍କୀଙ୍କ ଗ୍ରେନେଡ ମାଡ

ଅନନ୍ତନାଗ: ଜମ୍ମୁକାଶ୍ମୀରର ଅନନ୍ତନାଗରେ ପୋଲିସ କ୍ୟାମ୍ପ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । ଏଥିରେ କେହି ଆହତ କି ମୃତାହତ ହୋଇନଥିବା ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅନନ୍ତନାଗ ଜିଲ୍ଲାର ବିଜଭାରର ପଦସାହି ବାଗ ଅଞ୍ଚଳରେ ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ । ଏନେଇ ଏବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଗତକାଲି ଆଉ ଏକ ଘଟଣାରେ ଅଓ୍ବନ୍ତିପୁରରୁ LeTର ଜଣେ ଆତଙ୍କବାଦୀ ଓ ତାର ସହଯୋଗୀକୁ ସୁରକ୍ଷା ବାହିନୀ ଗିରଫ କରିଥିଲା । ପୋଲିସ ଓ ସୁରକ୍ଷାବଳର ସୂଚନା ଅନୁଯାୟୀ ଉକ୍ତ ୨ଜଣ ସାଧାରଣ ନାଗରିକଙ୍କୁ ଆକ୍ରମଣ କରିବାକୁ ଆସିଥିବାବେଳେ ତାଙ୍କୁ ଗିରଫ କରାଯାଇ ଏକ ବନ୍ଧୁକ ଓ ଗୋଳାବାରୁଦ ଜବତ କରାଯାଇଛି ।

ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କୁ ଆକ୍ରମଣ ପରେ ଆତଙ୍କବାଦୀରେ ନିଯୁକ୍ତ ପାଇଁ କୁହାଯାଇଥିଲା । ଏହି ୨ଜଣଙ୍କ ଗିରଫ ପରେ ଏକ ବଡ ଧରଣଆତଙ୍କୀ ଆକ୍ରମଣ ଟଳିଯାଇଛି । ଏନେଇ ପାମ୍ପୋର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.