ETV Bharat / bharat

ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ, ପାଲଟା ଜବାବରେ ଜଣେ ଆତଙ୍କୀ ନିପାତ - jammu-kashmir terrorist attack

ଶୁକ୍ରବାର ପୋଲିସ ଟିମ ଉପରେ ଗୁଳି ଚଳାଇଥିଲେ । ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଜଣେ ଆତଙ୍କୀ ନିପାତ ହୋଇଛି । ସେପଟେ ଅନ୍ୟ ଜଣେ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ, ପାଲଟା ଜବାବରେ ଜଣେ ଆତଙ୍କୀ ନିପାତ

author img

By

Published : Oct 9, 2021, 7:15 AM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଶୁକ୍ରବାର ପୋଲିସ ଟିମ ଉପରେ ଗୁଳି ଚଳାଇଥିଲେ । ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଜଣେ ଆତଙ୍କୀ ନିପାତ ହୋଇଛି । ସେପଟେ ଅନ୍ୟ ଜଣେ ଆତଙ୍କବାଦୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛି ।

ଗୁରୁବାର ଆତଙ୍କବାଦୀମାନେ ଶ୍ରୀନଗରର ସଫାକଦଲ ଅଞ୍ଚଳରେ ରାତିରେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଫିଙ୍ଗିଥିଲେ। ହେଲେ ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ । କେବଳ ଏତିକି ନୁହେଁ ଆତଙ୍କବାଦୀମାନେ ଦିନରେ ଜଣେ ମହିଳାଙ୍କ ସମେତ ସରକାରୀ ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପୂର୍ବରୁ ମଙ୍ଗଳବାର ଦିନଦେଢ ଘଣ୍ଟା ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ତିନି ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ ।

ଜମ୍ମୁ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଗୁରୁବାର କହିଛନ୍ତି ଯେ କାଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା କରିବାର ଉଦ୍ଦେଶ୍ୟ ହେଉଛି ଭୟର ବାତାବରଣ ସୃଷ୍ଟି କରିବା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବା । ପାଞ୍ଚ ଦିନ ମଧ୍ୟରେ କାଶ୍ମୀରରେ 7 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏହାସହ ଶାହା ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଦିଲ୍ଲୀ ଡାକିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.