ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପରରେ ଆତଙ୍କବାଦୀ ଆକ୍ରମଣ । ବିଜେପି ରାଜ୍ୟ ସମ୍ପାଦକ ଓ ଡିଡିସି ଚେୟାରମ୍ୟାନ ଫରିଦ ଖାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ଜଣେ ପିଏସଓଙ୍କ ସମେତ 2 ଜଣଙ୍କ ମୃତ୍ୟୁ ହୋଇଛି ।
ଡାକବଙ୍ଗଳାରେ ଡିଡିସି ସଦସ୍ୟଙ୍କ ବୈଠକ ସମୟରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆକ୍ରମଣ ପରେ ଆଖପାଖର ଲୋକେ, ପୋଲିସ କର୍ମୀ ଓ ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।
କାଶ୍ମୀରର ସୋପର ଅଞ୍ଚଳର ଲୋନ ବିଲ୍ଡିଂରେ କାଉନସିଲରଙ୍କ ବୈଠକ ଚାଲିଥିଲା । ବୈଠକ ଚାଲିଥିବା ସମୟରେ ହିଁ ଆତଙ୍କବାଦୀମାନେ ପହଞ୍ଚି ଅଚାନକ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ପୋଲିସର ଜଣେ ପିଏସଓ ପାଲଟା ଜବାବ ଦେବାକୁ ଚେଷ୍ଟା କରୁଥିବା ସମୟରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ପରେ ତାଙ୍କ ଦେହାନ୍ତ ହୋଇଯାଇଛି ।