ETV Bharat / bharat

Kulgam Encounter, ଦୁଇ ଆତଙ୍କୀ ସଫା - ଟଳିଲେ ଦୁଇ ଆତଙ୍କୀ

ଆଜି(ମଙ୍ଗଳବାର) ଜମ୍ମୁ କାଶ୍ମୀର କୁଲଗାମରେ ଗୁଳି ବିନିମୟରେ ଦୁଇ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଏ ନେଇ ଟ୍ବିଟ କରି ସୂଚନା ଦେଇଛି କାଶ୍ମୀର ଜୋନ ପୋଲିସ । ଅଧିକ ପଢନ୍ତୁ

Kulgam Encounte; ଜଣେ ଆତଙ୍କୀ ସଫା
Kulgam Encounte; ଜଣେ ଆତଙ୍କୀ ସଫା
author img

By

Published : Jan 4, 2022, 1:44 PM IST

Updated : Jan 4, 2022, 2:20 PM IST

ଶ୍ରୀନଗର: ନୂଆବର୍ଷରେ ଜାରି ରହିଛି ସୁରକ୍ଷାବାହିନୀଙ୍କ ସଫଳତା । ଆଜି(ମଙ୍ଗଳବାର) ଜମ୍ମୁ କାଶ୍ମୀର କୁଲଗାମରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଏନେଇ ଟ୍ବିଟ କରି ସୂଚନା ଦେଇଛି କାଶ୍ମୀର ଜୋନ ପୋଲିସ । ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଅନୁସାରେ, କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇଥଲା ସୁରକ୍ଷାବାହିନୀ । ଏହା ପରେ ସିଆରପିଏଫ, ସୁରକ୍ଷାବାହିନୀ ଓ ପୋଲିସଙ୍କ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଜଣେ ଆତଙ୍କୀକୁ ମାତ ଦେବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ମୃତ ଆତଙ୍କୀର ପରିଚୟ ମିଳି ପାରିନାହିଁ କେବଳ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ଜଣାପଡିଛି । ଅନେକ ଅପରାଧିକ କାର୍ଯ୍ୟରେ ଜଡିତ ଥିବା ସୂଚନା ଦେଇଛନ୍ତି କାଶ୍ମୀର ଆଇଜିିପି ବିଜୟ କୁମାର ।

ପ୍ରକାଶ ଥାଉ କି ଗତକାଲି(ସୋମବାର) ଘାଟିରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LET) ଟପ୍ କମାଣ୍ଡର ସମେତ 2 ଆତଙ୍କୀ ସଫା କରିଥିଲା ସୁରକ୍ଷାବାହିନୀ । ସଫଳତାର ୨୪ ଘଣ୍ଟା ପରେ ଆଉ ଏକ ସଫଳତା ପାଇଛି ସୁରକ୍ଷାବାହିନୀ । ବର୍ଷର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୧ରେ କୁପୱାଡାରେ ଜଣେ ଆତଙ୍କୀକୁ ମାରି ଗଡାଇ ଥିଲା ସୁରକ୍ଷାବାହିନୀ ।

@ANI

Last Updated : Jan 4, 2022, 2:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.