ଶ୍ରୀନଗର: ପୁଣୀ ସୀମାରେ ଫୁଟିଲା ଗୁଳି । ଜମ୍ମୁ-କାଶ୍ମୀର ସୋପିଆନ ରଖମା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କୀଙ୍କୁ ନିପାତ କରିବାର ସଫଳ ହୋଇଛି ସୁରକ୍ଷାବାହିନୀ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁସାରେ ସୋପିଆନ ରଖମା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାବାହିନୀ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ପରେ ଆତଙ୍କୀମାନେ ସେନା ଉପରକୁ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ଫଳରେ ଏଥିରେ ଘଟଣାସ୍ଥଳରେ ଜଣେ ଆତଙ୍କୀ ଟଳି ପଡିଥିଲା । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ ଅପରେସନ ଜାରି ରହିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସୀମାରେ ଆରମ୍ଭ ହୋଇଛି ଏନକାଉଣ୍ଟର ।
@ANI