ETV Bharat / bharat

Anantnag Encounter; ଜଣେ ଆତଙ୍କୀ ନିପାତ, ସୁରକ୍ଷା ବାହିନୀ ଆହତ

author img

By

Published : Oct 11, 2021, 6:32 AM IST

ପୁଣି ସୀମାରେ ଫୁଟିଲା ଗୁଳି । ଜାମ୍ମୁକାଶ୍ମୀର ଅନନ୍ତନାଗରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ଏଥିରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Anantnag Encounter; ଜଣେ ଆତଙ୍କୀ ନିପାତ, ସୁରକ୍ଷା ବାହିନୀ ଆହତ
Anantnag Encounter; ଜଣେ ଆତଙ୍କୀ ନିପାତ, ସୁରକ୍ଷା ବାହିନୀ ଆହତ

ଶ୍ରୀନଗର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସୀମାରେ ଫୁଟିଲା ଗୁଳି । ଜାମ୍ମୁକାଶ୍ମୀର ଅନନ୍ତନାଗରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି । ଏଥିରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିବା ବେଳେ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଜାମ୍ମୁକାଶ୍ମୀର ଅନନ୍ତନାଗର ଭେରିନାଗ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ନେଇ କୁମ୍ବିଂ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀମାନେ ସୁରକ୍ଷା ବାହିନୀଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷଣ କରିଥିଲେ । ଯାହାର ପ୍ରତି ଜବାବ ଦେଇଥିଲା ସେନା । ଯେଉଁଥିରେ ଜଣେ ଆତଙ୍କୀ ଟଳି ପଡିଥିଲେ । ଆତଙ୍କୀଙ୍କ ଗୁଳିରେ ମଧ୍ୟ ଜଣେ ସୁରକ୍ଷାବାହିନୀ ଆହତ ହୋଇପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ ଏନକାଉଣ୍ଟର ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.