ETV Bharat / bharat

Anantnag Encounter: ସେନା ଗୁଳିରେ ଜଣେ ଆତଙ୍କୀ ସଫା

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁକଶ୍ମୀର ଅନନ୍ତନାଗ ମୁମାନହାଲ ଅରୱାନୀ ଅଞ୍ଚଳରେ ଏନକାଉଣ୍ଟରରେ (Encounter) ସୁରକ୍ଷାବାହିନୀକୁ (security forces) ସଫଳତା । ପୁଣି ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

author img

By

Published : Dec 24, 2021, 9:40 AM IST

ଜଣେ ଆତଙ୍କୀ ସଫା
ଜଣେ ଆତଙ୍କୀ ସଫା

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁକଶ୍ମୀର ଅନନ୍ତନାଗ ମୁମାନହାଲ ଅରୱାନୀ ଅଞ୍ଚଳରେ ଏନକାଉଣ୍ଟରରେ (Encounter) ସୁରକ୍ଷାବାହିନୀକୁ (security forces) ସଫଳତା । ପୁଣି ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ସକାଳୁ ଅନନ୍ତନାଗ ଅଞ୍ଚଳରେ ଜାରି ଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବାବେଳେ ଜଣେ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବଳୟ । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଲଚିଥିବା ନେଇ ସୂଚନା ପାଇଥିଲେ । ଏହାପରେ କଶ୍ମୀର ପୋଲିସ, ସେନା ଓ ସିଆରପିଏଫର ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଖୁବ ଶୀଘ୍ର ଆତଙ୍କୀଙ୍କୁ ଠାବ କରି ନେଇଥିଲେ ସୁରକ୍ଷାବାହିନୀ । ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିପାତ ହୋଇଛି । ମୃତ ଆତଙ୍କବାଦର ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ ଏକ-୪୭, ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ । ଘେରା ବନ୍ଦୀ କରି ପୋଲିସ ଓ ଯବାନଙ୍କ ତଲାସି ଅଭିଯାନ ଜାରି ।

ପ୍ରକାଶ ଥାଉ କି ଦୁଇମାସ ଭିତରେ ଅନେକ ଆତଙ୍କୀଙ୍କ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । କେବଳ ଡିସେମ୍ବର ମାସରେ ୧୦ରୁ ଅଧିକ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବଳୟ । ଡିସେମ୍ବର ୧୫ରେ କୁଲଗାମ ଜିଲ୍ଲାର ରେଡୱାନି ବାଲା ଅଞ୍ଚଳରେ ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.