ଶ୍ରୀନଗର: ଆତଙ୍କୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କ ଅପରେସନ । ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଜମ୍ମୁ କାଶ୍ମୀର ସୋପୋର ଗନାଇ ମୋହଲା ଦୋଆବାଗ ଅଞ୍ଚଳରେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ସୂଚନା ପାଇଥିଲେ ।
ପରେ ସିଆରପିଏଫ, ସୁରକ୍ଷା କର୍ମୀ ଓ ପୋଲିସ ଦ୍ବାରା ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ନେଇଥିଲେ ସୁରକ୍ଷା କର୍ମୀ । ପରେ ଆତଙ୍କବାଦୀଙ୍କ ପକ୍ଷରୁ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ଯାହାର ପ୍ରତି ଜବାବ ଦେଇଥିଲେ ସିଆରପିଏଫ ଯବାନ । ଫଳରେ ଘଟଣାସ୍ଥଳରୁ ଜଣେ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଥିଲା ।
କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆତଙ୍କି ଲୁଚି ରହିଥିବା ସ୍ଥାନକୁ ନଷ୍ଟ କରାଯାଇଥିଲା । ଏନେଇ ସୋପର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
@ANI