ETV Bharat / bharat

Terror Conspiracy Case: ଆସାମର ୧୧ଟି ସ୍ଥାନରେ NIAର ଚଢାଉ - ଆସାମର ୧୧ଟି ସ୍ଥାନରେ ରେଡ ମାରିଲା ଏନଆଇଏ

ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଏନେଇ ନ୍ୟାସନାଲ ଇନଭେଷ୍ଟିଗେସନ ବ୍ୟୁରୋ (NIA) ଆସାମର ୧୧ଟି ସ୍ଥାନରେ ରେଡ କରିଛି । ଅଧିକ ପଢନ୍ତୁ

Terror Conspiracy Case : ଆସାମର ୧୧ଟି ସ୍ଥାନରେ ରେଡ ମାରିଲା NIA

author img

By

Published : Apr 11, 2022, 8:37 AM IST

ଗୌହାଟୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଏନେଇ ନ୍ୟାସନାଲ ଇନଭେଷ୍ଟିଗେସନ ବ୍ୟୁରୋ (NIA) ଆସାମର ୧୧ଟି ସ୍ଥାନରେ ରେଡ କରିଛି । ଆସାମରେ ଅନସାରୁଲ୍ଲା ବେଙ୍ଗଲ ଟିମ Ansarullah Bangla Team (ABT) ଓ ଏକ୍ୟୁସି Qaeda in Indian Subcontinent (AQIS) ସହ ଜଡିତ ଥିବା ମାମଲା ଗୁଡିକକୁ ନେଇ ବିଭିନ୍ନ ସ୍ଥାନରେ ଛାପା ମାରିଛି ଏନଆଇଏ । ଆସାମର ବାରପେଟା ଓ ବଙ୍ଗାଇଗାଓଁ ଜିଲ୍ଲାରେ ଚଢାଉ କରାଯାଇଥିଲା ।

ସର୍ଚ୍ଚ ଅପରେସନ୍ ସମୟରେ ଏନଆଇଏ ମଧ୍ୟ ଅପରାଧୀର ଦଲିଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ବୋଲି ଦାବି କରିଛି । ଆସାମର ବାରପେଟାରେ ଏବିଟିAnsarullah Bangla Team (ABT) ଏଠାରେ ସକ୍ରିୟ ଅଛି । ଯାହା ବାଂଲାଦେଶର ନାରାୟଣଗଞ୍ଜ ଜିଲ୍ଲାର ଆଟାଡି ଗାଁର ବାସିନ୍ଦା ସାଇଫୁଲ ଇସଲାମଙ୍କ ନେତୃତ୍ବରେ ଏଠାରେ ପରିଚାଳିତ ହେଉଥିଲା । ଯୁବକ ଜଣକ ଭାରତରେ ବେଆଇନ ଭାବେ ପ୍ରବେଶ କରିଥିବା ବେଳେ ଧକାଲିଆପାରା ମସଜିଦ(Dhakaliapara Masjid )ରେ ଆରବିକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲା । ଏନେଇ ମାର୍ଚ୍ଚ ୪ ତାରିଖରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏନଆଇଏ ମଧ୍ୟ ପୁଣି ଥରେ ମାମଲା ରୁଜୁ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.