ETV Bharat / bharat

Terror Attack On Police Bus: ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା, ୨ ଯବାନ ଶହୀଦ ୧୪ରୁ ଉର୍ଦ୍ଧ୍ବ ଆହତ - ପୋଲିସ ପାର୍ଟିକୁ ଆତଙ୍କୀ ଆକ୍ରମଣ

ଜମ୍ମୁ କାଶ୍ମୀରର ଜେୱାନ ଅଞ୍ଚଳରେ ପୋଲିସ ପାର୍ଟି ଉପରେ ଆତଙ୍କୀ ଆକ୍ରମଣ । ୨ ଯବାନ ଶହୀଦ ହୋଇଥିବେଳେ ପ୍ରାୟ ୧୪ ଜଣ ପୋଲିସ ଆହତ ହୋଇ ହସ୍ପଟାଲରେ ଚିକିତ୍ସାଧୀନ । ସର୍ଚ୍ଚ ଅପରେସନ ଜୋରଦାର । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ, ୮ ପୋଲିସ ଆହତ

author img

By

Published : Dec 13, 2021, 7:32 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଜେୱାନ ଅଞ୍ଚଳରେ ବଡ ଧରଣର ଆତଙ୍କୀ ଆକ୍ରମଣ ଘଟିଛି (Terror attack on a Police bus in Srinagar)। ଆଜି (ସୋମବାର) ସନ୍ଧ୍ୟାରେ ଘଟିଥିବା ଏହି ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପ୍ରାୟ ୧୪ ଜଣ ଯବାନ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି (At least 2 cops die, others rushed to the hospital) ।

କାଶ୍ମୀର ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଇଣ୍ଡିଆନ୍ ରିଜର୍ଭ ପୋଲିସ୍ (IRP)ର ୯ମ ବାଟାଲିୟନର ଯବାନମାନେ ଏକ ବସରେ ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପ୍ରାୟ ୧୪ ରୁ ଉର୍ଦ୍ଧ୍ବ ଯବାନ ଆହତ ହୋଇଛନ୍ତି ।

ଆହତଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବା ମଧ୍ୟ ସୂଚନା ମିଳିଛି । ଘଟଣାସ୍ଥଳରେ ସୁରକ୍ଷାବଳଙ୍କ ସଂଖ୍ୟା ବୃଦ୍ଧି କରାଯିବା ସହ ସର୍ଚ୍ଚ ଅପରେସନକୁ ମଧ୍ୟ ଜୋରଦାର କରାଯାଇଥିବା କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.