ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜୁନ 2024 ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ପାରିତ । ସୂଚନା ଦେଲେ ଗୃହମନ୍ତ୍ରୀ ଅମିତ ଶାହ ।
-
The tenure of JP Nadda as national president of the Bharatiya Janata Party has been extended till June 2024: BJP leader and Union minister Amit Shah pic.twitter.com/lxS7glDL2K
— ANI (@ANI) January 17, 2023 " class="align-text-top noRightClick twitterSection" data="
">The tenure of JP Nadda as national president of the Bharatiya Janata Party has been extended till June 2024: BJP leader and Union minister Amit Shah pic.twitter.com/lxS7glDL2K
— ANI (@ANI) January 17, 2023The tenure of JP Nadda as national president of the Bharatiya Janata Party has been extended till June 2024: BJP leader and Union minister Amit Shah pic.twitter.com/lxS7glDL2K
— ANI (@ANI) January 17, 2023
ଚଳିତ ମାସ 20 ରେ ଶେଷ ହେଉଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ । ଗତ 20 ଜାନୁୟାରୀ 2020 ରେ ବିଦାୟୀ ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ଦଳୀୟ କମାଣ ନେଇଥିଲେ ନଡ୍ଡା । ଚଳିତ ବର୍ଷ 9 ଟି ରାଜ୍ୟ ବିଧାନସଭା ଓ ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ବିଜେପି ଜାତୀୟ କାର୍ଯ୍ୟକାରିଣୀର ନିଷ୍ପତ୍ତି ।