ହାଇଦ୍ରାବାଦ: ବାତ୍ୟା ଅସାନି ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ତେଲେଙ୍ଗାନାର ବର୍ଷା ସହ ଘଡଘଡି ସମ୍ଭାବନା ରହିଛି । ରାଜ୍ୟର ୨ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବା ନେଇ ହାଇଦ୍ରାବାଦ ମେଟ୍ରୋଲୋଜିକାଲ ଡିପାଟମେଣ୍ଟ ନିର୍ଦ୍ଦେଶକ ନାଗା ରତ୍ନ ସୂଚନା ପ୍ରଦାନ କରିଛନ୍ତି । ଭାରତୀୟ ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବାତ୍ୟା ଅସାନି ସମୁଦ୍ରରେ ଦୁର୍ବଳ ହୋଇଯିବ ଓ ଆନ୍ଧ୍ର ଓଡିଶା ଉପକୂଳ ଛୁଇଁପାରିବ ନାହିଁ ବୋଲି ଆକଳନ କରିଛନ୍ତି ।
ପୂର୍ବରୁ ବାତ୍ୟା ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ଆସନ୍ତା 10 ତାରିଖରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଥିଲା । ସେହିପରି ମତ୍ସ୍ୟଜିବୀଙ୍କୁ ୧୨ତାରିଖ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ତେବେ ଆଜି ବାତ୍ୟା ଅସାନି ଦୁର୍ବଳ ହେବା ନେଇ IMD ତରଫରୁ ସୂଚନା ପ୍ରଦାନ କରାଯାଇଛି ।