ETV Bharat / bharat

75th Independence Day: ତେଲେଙ୍ଗାନାର ୫୫୨ଟି ପ୍ରେକ୍ଷାଳୟରେ ପିଲା ଦେଖିବେ ଫିଲ୍ମ ଗାନ୍ଧୀ

author img

By

Published : Aug 10, 2022, 8:07 PM IST

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତେଲେଙ୍ଗାନାର ୫୫୨ଟି ପ୍ରେକ୍ଷାଳୟରେ ରିଚାର୍ଡ ଆଟ୍ଟେନବୋରୋଙ୍କ ଫିଲ୍ମ "ଗାନ୍ଧୀ" ଦେଖିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

Telangana govt to screen Richard Attenborough Gandhi in from August 9th to 22nd
75th Independence Day: ତେଲେଙ୍ଗାନାର ୫୫୨ଟି ପ୍ରେକ୍ଷାଳୟରେ ଦେଖାଯିବ ଫିଲ୍ମ "ଗାନ୍ଧୀ"

ହାଇଦ୍ରାବାଦ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ " ଆଜାଦି କା ଅମୃତ ମହୋତ୍ସବ" ପାଳନ କରୁଛି ସାରା ଦେଶ । ଏହି ଅବସରରେ ରିଚାର୍ଡ ଆଟ୍ଟେନବୋରୋଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ "ଗାନ୍ଧୀ" ଫିଲ୍ମ ଦେଖିବାର ବ୍ୟବସ୍ଥା କରିଛନ୍ତି ତେଲେଙ୍ଗାନାର ସରକାର । ଅଗଷ୍ଟ ୯ରୁ ୨୨ ପର୍ଯ୍ୟନ୍ତ ତେଲେଙ୍ଗାନାର ୫୫୨ ପ୍ରେକ୍ଷାଳୟରେ ଛାତ୍ରଛାତ୍ରୀ ଏହି ଫିଲ୍ମକୁ ଦେଖିପାରିବେ । ରାଜ୍ୟର ମୋଟ ୨୨ ଲକ୍ଷ ପିଲା ଏହା ଦେଖିପାରିବେ ।

ସ୍ବାଧୀନତାର ୭୫ ବର୍ଷ ଅବସରରେ ତେଲେଙ୍ଗାନା ସରକାରଙ୍କ ଦ୍ବାରା ଆୟୋଜିତ ହୋଇଥିବା ଉତ୍ସବର ଏହା ଏକ ଅଂଶ । ୪ଦ ଦିନ ଧରି " ଆଜାଦି କା ଅମୃତ ମହୋତ୍ସବ" ପାଳନ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି " ଚଳଚ୍ଚିତ୍ର ବିଭାଗ ମନ୍ତ୍ରୀ ଶ୍ରୀନିବାସ ଯାଦବ ଏବଂ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଛି । ଦେଶର ସ୍ବାଧୀନତା ଇତିହାସ ବିଷୟରେ ଛାତ୍ରଛାତ୍ରୀମାନେ ଜାଣିବା ଆବଶ୍ୟକତା ରହିଛି । ଫିଲ୍ମ "ଗାନ୍ଧୀ" ୧୯୮୨ ମସିହା ନଭେମ୍ବର ୩୦ ତାରିଖରେ ଭାରତରେ ରିଲିଜ ହୋଇଥିଲା । ତେଲେଙ୍ଗାନା ସରକାରଙ୍କ ଏଭଳି ଏହି ପ୍ରୟାସକୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.