ETV Bharat / bharat

କଥା ଦେଇ କଥା ରଖିଲା କଂଗ୍ରେସ, ତେଲେଙ୍ଗାନାରେ ମହିଳାଙ୍କୁ ମାଗଣା ବସ ସେବା

author img

By ETV Bharat Odisha Team

Published : Dec 9, 2023, 10:25 AM IST

Maha Lakshmi scheme: ତେଲେଙ୍ଗାନାରେ ମହାଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ମାଗଣାରେ ବସରେ ଯାତାୟତ କରିବେ ମହିଳା ଓ କିନ୍ନର । ଅଧିକ ପଢନ୍ତୁ

Maha Lakshmi scheme
Maha Lakshmi scheme

ହାଇଦ୍ରାବାଦ: କଥା ଦେଇ କଥା ରଖିଲା କଂଗ୍ରେସ । ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପୂରଣ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ରାଜ୍ୟରେ ମହାଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ରାଜ୍ୟର ମହିଳା, ଯୁବତୀ ଓ କିନ୍ନର ମାଗଣାରେ ବସରେ ଯାତାୟତ କରିପାରିବେ । ତେଲେଙ୍ଗାନା ସରକାରଙ୍କ ପରିବହନ ବିଭାଗ '6 ଗ୍ୟାରେଣ୍ଟି-ମହାଲକ୍ଷ୍ମୀ' ଯୋଜନା ଆରମ୍ଭ କରିଥିବା ଏକ ସରକାରୀ ସୁତ୍ରରୁ ଜଣାପଡିଛି ।

ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର 18 ତାରିଖରେ ନିର୍ବାଚନୀ ଇସ୍ତାହାରରେ ମହାଲକ୍ଷ୍ମୀ ଯୋଜନାର ଘୋଷଣା କରିଥିଲା କଂଗ୍ରେସ । ଏହି ଯୋଜନାରେ କଂଗ୍ରେସ ତେଲେଙ୍ଗାନାର ମହିଳାମାନଙ୍କ ପାଇଁ ମାଗଣା ବସ୍ ସେବା ଯୋଗାଇବା ସହିତ ମହିଳାଙ୍କୁ ପ୍ରତି ମାସରେ 2500 ଟଙ୍କା ଯୋଗାଇ ଦେବ ବୋଲି ଘୋଷଣା କରିଥିଲା । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ରେବନ୍ତ ରେଡ୍ଡୀ ତେଲେଙ୍ଗାନାରେ କଂଗ୍ରେସ ଦଳ ଦେଇଥିବା ଏହି ପ୍ରତିଶୃତିକୁ ଅନୁମୋଦନ କରିଛନ୍ତି । ମହାଲକ୍ଷ୍ମୀ ଯୋଜନାରେ ତେଲେଙ୍ଗାନା ଟିଏସଆରଟିସି ଦ୍ବାରା ଚଳାଚଳ କରୁଥିବା ପଲେ ଭେଲୁଗୁ ଓ ଏକ୍ସପ୍ରେସ ବସରେ ସମସ୍ତ ବର୍ଗର ମହିଳା, ଯୁବତୀ ଓ କିନ୍ନରଙ୍କୁ ମାଗଣା ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି । ଆଜି ଠାରୁ ଏହି ଯୋଜନା କାର୍ଯ୍ୟକାରି ହେବ । ସରକାରୀ ବସରେ ରାଜ୍ୟ ମଧ୍ୟରେ ସମ୍ପୂର୍ଣ୍ଣ ମାଗଣାରେ ଯାତାୟତ କରିବେ ସବୁ ବର୍ଗର ମହିଳା ଓ କିନ୍ନର ।

ଏହା ମଧ୍ୟ ପଢନ୍ତୁ-ଆକ୍ସନ ମୋଡରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଆଗରୁ ହଟାଇଲେ ଆଇରନ୍ ବ୍ୟାରିକେଡ୍

କେବଳ ମହାଲକ୍ଷ୍ମୀ ଯୋଜନା ନୁହେଁ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ଅନେକ ଲୋଭନୀୟ ପ୍ରତିଶୃତି ଦେଇଥିଲା ଜନତାଙ୍କୁ । ଯେଉଁଥିରେ ନବଜାତ ଶିଶୁକନ୍ୟାଙ୍କ ପାଇଁ 'ଗୋଲ୍ଡେନ ମଦର' ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା, ଯୁବତୀଙ୍କୁ ବିବାହ କାଳୀନ ସହାୟତା ଆଦି ଅନ୍ତର୍ଭୁକ୍ତ ରହିଛି । ବିବାହ ସମୟରେ ଯୁବତୀମାନଙ୍କୁ ଏକ ଲକ୍ଷ ନଗଦ ଟଙ୍କା ସହିତ 10 ଗ୍ରାମର ସୁନା ଅଳଙ୍କାର ପ୍ରଦାନ କରାଯିବା ନେଇ କଂଗ୍ରେସ ଘୋଷଣା କରିଥିଲା । ସେହିପରି 18 ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍‌ ସ୍କୁଟି ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା । ସେହିପରି ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଆନ୍ଦୋଳନରେ ଶହୀଦଙ୍କ ପରିବାରକୁ ମାସିକ 25 ହଜାର ଟଙ୍କା ପେନସନ ସହିତ ପରିବାରର ଜଣକୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରାଯାଇଥିଲା । ଏହି ସବୁ ପ୍ରତିଶୃତି କଂଗ୍ରେସ ପୂରଣ କରୁଛି ନା ନାହିଁ ତାହା ଉପରେ ଜନତାଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.