ହାଇଦ୍ରାବାଦ: ଆଜି ତେଲେଙ୍ଗାନା ପ୍ରତିଷ୍ଠା ଦିବସ । ଦୀର୍ଘ 7 ବର୍ଷ ହେବ ଜୁନ୍ 2 ତାରିଖକୁ ତେଲେଙ୍ଗାନା ନିଜର ପ୍ରତିଷ୍ଠା ଦିବସ ପାଳନ କରିଆସୁଛି । ଏହି ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ରାଜ୍ୟପାଳ ଡ.ତାମିଲିସାଇ ସୌନ୍ଦରରାଜନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଜ୍ୟପାଳ ତାଙ୍କ ବାର୍ତ୍ତାରେ କହିଛନ୍ତି, 2014 ମସିହାରେ ତେଲେଙ୍ଗାନା ରାଜ୍ୟ ଗଠନ ସେହି ଲୋକମାନଙ୍କର ଆକାଂକ୍ଷାକୁ ପୂରଣ କରିଛି ଯେଉଁମାନେ ନିରନ୍ତର ଆନ୍ଦୋଳନ କରିବା ସହ ଅମୃତ ବଳିଦାନ ଦେଇଥିଲେ ।
ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଲୋକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଅନେକ ଯୁଦ୍ଧ, ବଳିଦାନ ପରେ ଆମେ ତେଲେଙ୍ଗାନା ରାଜ୍ୟକୁ ସ୍ବତନ୍ତ୍ର ପ୍ରତିଷ୍ଠା କରିଛୁ ।
ଏଥିସହ ସେ କହିଛନ୍ତି, ଦୀର୍ଘ ସାତ ବର୍ଷ ମଧ୍ୟରେ ତେଲେଙ୍ଗାନାବାସୀଙ୍କୁ ପିଇବା ପାଇଁ ଜଳସେଚନ ଏବଂ ପାନୀୟ ବ୍ୟବସ୍ଥା, ଶକ୍ତି, ଚିକିତ୍ସା ଏବଂ ସ୍ବାସ୍ଥ୍ୟ, ସଡକ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ପାଇଁ ଜଳ ଯୋଗାଇ ଦିଆଯାଉଛି । ଯାହା ଏକ ଛୋଟ ଲକ୍ଷରୁ ଆରମ୍ଭ ହୋଇ ବଡ ଲକ୍ଷ୍ୟରେ ପହଞ୍ଚିପାରିଛି ।
ସେ ଆହୁରୀ ମଧ୍ୟ କହିଛନ୍ତି, ଲୋକଙ୍କ ସହଯୋଗରେ ସେ ତେଲେଙ୍ଗାନା ରାଜ୍ୟକୁ ‘ବଙ୍ଗାରୁ ତେଲେଙ୍ଗାନା’ ବା ସୁବର୍ଣ୍ଣ ରାଜ୍ୟରେ ପରିଣତ ନକରିବା ପର୍ଯ୍ୟନ୍ତ ସେ ବିଶ୍ରାମ ନେବେ ନାହିଁ । ଏପଟେ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ