ETV Bharat / bharat

ବାଥରୁମରେ ପଡ଼ିଗଲେ କେସିଆର: ଆଜି ହିପ୍ ରିପ୍ଲେସମେଣ୍ଟ୍ - କଟିଦେଶ ଅସ୍ତ୍ରୋପଚାର

KCR falls in bathroom and hospitalized: ବାଥ୍ରୁମରେ ପଡ଼ି ଆହତ ହୋଇଛନ୍ତି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର। ହାଇଦ୍ରାବାଦରେ ଘରୋଇ ହଟପିଟାଲରେ ଚାଲିଛି ଚିକିତ୍ସା। ଆଜି ତାଙ୍କର ହିପ୍ ରିପ୍ଲେସମେଣ୍ଚ । ଅଧିକ ପଢ଼ନ୍ତୁ,

ବାଥରୁମରେ ପଡ଼ି କେସିଆର ଅସୁସ୍ଥ : କରାଗଲା ହିପ୍ ରିପ୍ଲେସମେଣ୍ଟ

author img

By ETV Bharat Odisha Team

Published : Dec 8, 2023, 4:23 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍‌ ପାର୍ଟିର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଅସୁସ୍ଥ । ବାଥରୁମରେ ପଡ଼ି ଅସୁସ୍ଥ ହୋଇପଡ଼ିଥିବା କେସିଆରଙ୍କର ଆଜି ହିପ୍ ରିପ୍ଲେସମେଣ୍ଟ କରାଯାଉଥିବା ସୂଚନା ମିଳିଛି। କେସିଆର ଇରାଭେଲ୍ଲିରେ ନିଜ ଫାର୍ମ ହାଉସରେ ବାଥରୁମରେ ପଡ଼ିଯାଇଥିଲେ। ଗୋଡ଼ ଖସିଯିବାରୁ ତାଙ୍କ କଟିଦେଶରେ ଆଘାତ ଲାଗିଥିଲା । ଡାକ୍ତରୀ ଟିମ୍ ଦ୍ବାରା ପରୀକ୍ଷା ନିରୀକ୍ଷା କରାଯାଇଛି। ତାଙ୍କ ସ୍ବାସ୍ଥ୍ଯାବସ୍ଥା ସ୍ଥିର ଥିବା ମେଡିକାଲ ପଷରୁ କୁହାଯାଇଛି।

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି, କେସିଆରଙ୍କ ସ୍ବାସ୍ଥ୍ଯାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। କେସିଆରଙ୍କ ଚିକିତ୍ସା ଏବଂ ସ୍ବାସ୍ଥ୍ଯାବସ୍ଥା ସଂପର୍କରେ ଅପଡେଟ୍ ଦେବାକୁ ଆଇଏଏସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେବନ୍ତ । କେସିଆରଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ, ରାଜ୍ୟ ସ୍ବାସ୍ଥ୍ଯ ବିଭାଗ ସଚିବ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ଯ ପଢ଼ନ୍ତୁ: ତିନି ରାଜ୍ୟ ପାଇଁ ବିଜେପିର ପର୍ଯ୍ୟବେକ୍ଷକ ଘୋଷଣା: ବାଛିବେ ମୁଖ୍ୟମନ୍ତ୍ରୀ !

ସୂଚନା ଅନୁସାରେ, ଗତକାଲି ( ଗୁରୁବାର) ବିଳମ୍ବିତ ରାତିରେ ନିଜ ଫାର୍ମ ହାଉସରେ ଗୋଡ଼ ଖସିଯିବାରୁ ତଳେ ପଡିଯାଇ ଆହତ ହୋଇଥିଲେ କେସିଆର। ତାଙ୍କୁ ହାଇଦ୍ରାବାଦର ସୋମାଜିଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ତାଙ୍କର ହିପ୍ ରିପ୍ଲୋସମେଣ୍ଟ (କଟିଦେଶ ପ୍ରତିରୋପଣ) କରାଯାଇଥିବା ଜଣାପଡିଛି । ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କେସିଆରଙ୍କ ଚିିକିତ୍ସାରେ ନିୟୋଜିତ ହୋଇଛନ୍ତିି। ହାଇଦ୍ରାବାଦ ଇରାଭେଲିରେ ଥିବା ନିଜର ଫାର୍ମ ହାଉସରେ କେସିଆର ବାଥ୍ ରୁମ୍ ଯାଇଥିବା ବେଳେ, ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ଅଣ୍ଟା ତଳକୁ ଆଘାତ ଲାଗିଥିଲା । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟ ପରେ କେସିଆର, ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପ୍ରଗତୀ ଭବନ ଛାଡ଼ି, ନିଜ ଫାର୍ମ ହାଉସ ଇରାଭେଲ୍ଲିକୁ ପଳାଇଥିଲେ।

କେସିଆରଙ୍କ ସ୍ବାସ୍ଥ୍ଯାବସ୍ଥା ଜାଣିବାକୁ ହସପିଟାଲ ଆଗରେ ବିଆରଏସ ନେତା ଏବଂ ସମର୍ଥକଙ୍କ ଭିଡ଼ ହୋଇଥିଲା । ଶୁଭେଚ୍ଛୁମାନେ ହସପିଟାଲ ଆଗରେ ଭିଡ଼ ଜମାଇଥିବା ବେଳେ, ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ ଜରିଆରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେସିଆରଙ୍କ ସ୍ବାସ୍ଥ୍ୟବସ୍ଥାରେ ଖୁବ ଶୀଘ୍ର ସୁଧାର ଆସୁ ବୋଲି କାମନା କରିଛନ୍ତି। କେସିଆରଙ୍କ ଝିଅ କବିତା, ବାପାଙ୍କ ଅସୁସ୍ଥତା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। କବିତା ଲେଖିଛନ୍ତି ଯେ "ବିଆରଏସ ସୁପ୍ରିମୋ କେସିଆର ସାମାନ୍ୟ ଆହତ ହୋଇ ବର୍ତ୍ତମାନ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସମର୍ଥନ ଓ ଶୁଭେଚ୍ଛୁଙ୍କ ପ୍ରାର୍ଥନାରେ ବାପା ଖୁବଶୀଘ୍ର ସେ ସୁସ୍ଥ ହେବେ । ସମସ୍ତ ଭଲ ପାଇବା ପାଇଁ ଧନ୍ୟବାଦ ।"

ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ଗଠନରେ କେସିଆରଙ୍କ ରହିଛି ପ୍ରମୁଖ ଭୂମିକା। ତେଲେଙ୍ଗାନା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି କେସିଆର। ସେ 2014ରୁ 2023 ମଧ୍ଯରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ । କେସିଆରଙ୍କ ଦଳ ବିଆରଏସ 2014 ଏବଂ 2018ରେ ଲଗାତର ଦୁଇ ଥର ବିଜୟୀ ହୋଇଥିଲା। ତେବେ 2023 ବିଧାନସଭା ନିର୍ବାଚନରେ କେସିଆରଙ୍କ ବିଆରଏସ ପାର୍ଟି ପରାସ୍ତ ହେବା ପରେ, ଚଳିତ ମାସ 3 ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେସିଆର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.