ETV Bharat / bharat

ତେଲେଙ୍ଗାନା ଫଳାଫଳ: ବିଆର୍‌ଏସ୍‌କୁ ଧନ୍ୟବାଦ ଦେଲେ ରେବନ୍ତ, ତେଲେଙ୍ଗାନା ଶହୀଦଙ୍କୁ ସମର୍ପଣ କଲେ ବିଜୟ - ତେଲେଙ୍ଗାନା ପିସିସି ସଭାପତି ରେବନ୍ତ ରେଡ୍ଡି

ତେଲେଙ୍ଗାନାରେ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ । ଏଥିପାଇଁ ଗ୍ରାଣ୍ଡ ଓଲ୍ଡ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି ବିଆର୍‌ଏସ୍‌ ନେତା କେଟିଆର୍‌ । ସେପଟେ ବିଆର୍‌ଏସ୍‌କୁ ଧନ୍ୟବାଦ ଜଣାଇ ତେଲେଙ୍ଗାନା ଶହୀଦଙ୍କୁ ଏହି ବିଜୟ ସମର୍ପଣ କରିଛନ୍ତି ତେଲେଙ୍ଗାନା ପିସିସି ସଭାପତି ରେବନ୍ତ ରେଡ୍ଡି । ଅଧିକ ପଢ଼ନ୍ତୁ

ତେଲେଙ୍ଗାନା ସହିଦଙ୍କୁ ବିଜୟ ସମର୍ପଣ କଲା କଂଗ୍ରେସ

author img

By ETV Bharat Odisha Team

Published : Dec 3, 2023, 5:57 PM IST

Updated : Dec 3, 2023, 6:31 PM IST

ତେଲେଙ୍ଗାନା ଶହୀଦଙ୍କୁ ବିଜୟ ସମର୍ପଣ କଲା କଂଗ୍ରେସ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳରେ ମ୍ୟାଜିକ୍‌ ନମ୍ବର ଟପିଛି ଗ୍ରାଣ୍ଡ୍‌ ଓଲ୍ଡ ପାର୍ଟି କଂଗ୍ରେସ । ଚୂଡ଼ାନ୍ତ ଫଳାଫଳ ଘୋଷଣା ପୂର୍ବରୁ ଏଥର ପୂର୍ଣ୍ଣ ବହୁମତ ସହ କଂଗ୍ରେସ ପ୍ରଥମ ଥର ପାଇଁ ତେଲେଙ୍ଗାନାରେ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏଥିପାଇଁ ତେଲେଙ୍ଗାନା କଂଗ୍ରେସର ଗେମ୍ ଚେଞ୍ଜର୍ ବୋଲି ପିସିସି ସଭାପତି ରେବନ୍ତ ରେଡ୍ଡିଙ୍କୁ କୁହାଯାଉଛି । ସେ ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ରହିଛନ୍ତି । ତେବେ ତେଲେଙ୍ଗାନାବାସୀ କଂଗ୍ରେସକୁ ବିଜୟୀ କରାଇ ତେଲେଙ୍ଗାନା ଗଠନର ଶହୀଦଙ୍କ ବିଚାରଧାରାର ସମର୍ଥନ କରିଛନ୍ତି ବୋଲି କହିଛନ୍ତି ରେବନ୍ତ । ସେପଟେ କଂଗ୍ରେସକୁ ସରକାର ଗଠନ ପାଇଁ ବିଆର୍‌ଏସ୍‌ ନେତା କେଟିଆର୍‌ ଶୁଭେଚ୍ଛା ଜଣାଇଥିବା ବେଳେ ବିଆର୍‌ସ୍‌କୁ ଧନ୍ୟବାଦ ଜଣାଇଛନ୍ତି ରେବନ୍ତ ରେଡ୍ଡି ।

ଏକ୍‌ଜାଟ୍ ହେବାକୁ ଯାଉଛି ତେଲେଙ୍ଗାନା ନିର୍ବାଚନ ଫଳାଫଳ ପାଇଁ ଆସିଥିବା ଏକଜିଟ୍ ପୋଲ୍ । ପୂର୍ବରୁ ବିଭିନ୍ନ ଆଗ ଧାଡ଼ିର ଗଣମାଧ୍ୟମ ତେଲେଙ୍ଗାନାରେ ସରକାର ପରିବର୍ତ୍ତନର ସଂକେତ ଦେଇଥିଲେ । ଆଜି ପୂର୍ବ ଆକଳନ ଅନୁସାରେ ଆସିଛି ଜନାଦେଶ । ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ଥିବା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ କ୍ଲିନବୋଲ୍ଡ କରିଛି କଂଗ୍ରେସ । ଶାସକ ବିଆର୍‌ଏସ୍‌ର ଦଳୀୟ ଚିହ୍ନ 'କାର୍'କୁ ପଙ୍କ୍‌ଚର୍‌ କରିଛି କଂଗ୍ରେସ ପାର୍ଟିର 'ହାତ' । ଦକ୍ଷିଣ ଭାରତରେ ବଢ଼ୁଛି କଂଗ୍ରେସର ଦବ୍‌ଦବା । କର୍ଣ୍ଣାଟକ ପରେ ତେଲେଙ୍ଗାନା ବିଜୟ ପଥରେ ଗ୍ରାଣ୍ଡ ଓଲ୍ଡ ପାର୍ଟି । ତେଲେଙ୍ଗାନାର ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକାକୀ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଘୋଡ଼ା ବେପାରକୁ ଚେକ୍ ଦେବାକୁ କଂଗ୍ରେସର ପ୍ଲାନ, ବିଧାୟକଙ୍କୁ ବୋହି ନେବାକୁ ବସ୍‌-ଫ୍ଲାଇଟ୍‌ ତୟାର

ତେବେ ଏହି ତେଲୁଗୁ ରାଜ୍ୟରେ କଂଗ୍ରେସକୁ ସଫଳତା ଦେବା ପଛରେ ସବୁଠାରୁ ବଡ଼ ଭୂମିକା ରହିଛି ପିସିସି ସଭାପତି ରେବନ୍ତ ରେଡ୍ଡି । ସେ ଏହି ବିଜୟର ଶ୍ରେୟ ଜନତା ଜନାର୍ଦ୍ଦନଙ୍କୁ ଦେଇଛନ୍ତି । ସେ କହିଛନ୍ତି, "ସଠିକ୍‌ ସମୟରେ ସଠିକ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନାବାସୀ । ଏହି ଜନାଦେଶ ତେଲେଙ୍ଗାନା ସହିଦଙ୍କ ବିଚାରଧାରା ପାଇଁ । ଏହି ବିଚାରଧାରାକୁ ଆଗକୁ ନେବ କଂଗ୍ରେସ ପାର୍ଟି ।" ସେପଟେ କଂଗ୍ରେସକୁ ସରକାର ଗଠନ ପାଇଁ ବିଆର୍‌ଏସ୍‌ ନେତା କେଟିଆର୍‌ ଶୁଭେଚ୍ଛା ଜଣାଇଛନ୍ତି ।

ଏନେଇ ରେବନ୍ତ କହିଛନ୍ତି, "ଟ୍ବିଟର୍‌ରେ ଆମକୁ ଶୁଭେଚ୍ଛା ଜଣାଇଛନ୍ତି କେଟିଆର୍‌ । ଏହା ଭଲ କଥା । ମୁଁ ମଧ୍ୟ ବିଆର୍‌ଏସ୍‌କୁ ଧନ୍ୟବାଦ ଜଣାଉଛି । ସେମାନଙ୍କର ସହାୟତା ସରକାର ଚଳାଇବା ସମୟରେ ମଧ୍ୟ ମୁଁ କାମନା କରୁଛି । କାରଣ ସେମାନେ ୧୦ ବର୍ଷ କ୍ଷମତାରେ ରହିଥିଲେ । ଏବେ ବିରୋଧୀ ଦଳ ଭୂମିକାରେ ରହିବେ । ଆମେ ମଧ୍ୟ ବିରୋଧୀଙ୍କ ମତକୁ ଯଥେଷ୍ଟ ଗୁରୁତ୍ବ ଦେବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 6:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.