ETV Bharat / bharat

ତେଲେଙ୍ଗାନା ନିର୍ବାଚନ; ରେକର୍ଡ ଭୋଟ ଦେଇ ଗଣତନ୍ତ୍ର ପର୍ବକୁ ସଶକ୍ତ କରିବାକୁ ମୋଦିଙ୍କ ଅପିଲ୍ - Telangana Elections 2023

Telangana Elections 2023: ସକାଳ 7ଟାରୁ ତେଲେଙ୍ଗାନାର 119 ବିଧାନସଭା ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ରେକର୍ଡ ସଂଖ୍ୟକ ଭୋଟ ଦେଇ ଗଣତନ୍ତ୍ର ପର୍ବକୁ ସଶକ୍ତ କରିବାକୁ ଭୋଟରଙ୍କୁ ଟ୍ବିଟ କରି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Telangana Assembly election
pm modi to Telangana voters
author img

By ETV Bharat Odisha Team

Published : Nov 30, 2023, 7:52 AM IST

ନୂଆଦିଲ୍ଲୀ: ଭୋଟ ଦେଉଛି ତେଲେଙ୍ଗାନା । ଆଜି ସକାଳ 7ଟାରୁ ରାଜ୍ୟର 119 ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ ପର୍ବରେ ସାମିଲ ହୋଇ ରେକର୍ଡ ଭୋଟ ଦେଇ ଗଣତନ୍ତ୍ରର ଏହି ପର୍ବକୁ ସଶକ୍ତ କରିବାକୁ ତେଲେଙ୍ଗାନା ଭୋଟରଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • I call upon my sisters and brothers of Telangana to vote in record numbers and strengthen the festival of democracy. I particularly urge young and first time voters to exercise their franchise.

    — Narendra Modi (@narendramodi) November 30, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ କହିଛନ୍ତି, ''ତେଲେଙ୍ଗାନାର ମୋର ସମସ୍ତ ଭାଇ ଭାଉଣୀ ରେକର୍ଡ ସଂଖ୍ୟକ ଭୋଟ ଦେଇ ଗଣତନ୍ତ୍ରର ଏହି ମହାନ ପର୍ବକୁ ସଶକ୍ତ କର । ବିଶେଷ କରି ଯୁବ ଏବଂ ପ୍ରଥମ ଥର ଲାଗି ଗଣତନ୍ତ୍ରର ପର୍ବରେ ସାମିଲ ହୋଇଥିବା ଭୋଟକୁ ରେକର୍ଡ ସଂଖ୍ୟାରେ ମତଦାନ ସାବ୍ୟସ୍ତ କରିବାକୁ ଅନୁରୋଧ ।''

  • Prime Minister Narendra Modi tweets, "I call upon my sisters and brothers of Telangana to vote in record numbers and strengthen the festival of democracy. I particularly urge young and first-time voters to exercise their franchise." pic.twitter.com/5XA17FibEi

    — ANI (@ANI) November 30, 2023 " class="align-text-top noRightClick twitterSection" data=" ">

ତେଲେଙ୍ଗାନାର 119 ବିଧାନସଭା ଆସନରେ ମତଦାନ ଜାରି ରହିଛି । ରାଜ୍ୟରେ ହୋଇଥିବା 35655ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସନ୍ଧ୍ୟା 5ଟା ଯାଏ ମତଦାନ ପ୍ରକ୍ରିୟା ଜାରି ରହିବ । 119 ଆସନରୁ 106ଟି ଆସନରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ମାଓ ଅଧ୍ୟୁଷିତ 13ଟି ଆସନରେ ଅପରାହ୍ନ 4ଟାରେ ଭୋଟ ସରିବ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସାରିବାକୁ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ମୋଟ 2,290 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି 3 କୋଟି 26 ଲକ୍ଷରୁ ଉଦ୍ଧ୍ବ ଜନତା । 900 ସ୍ବାଧୀନ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ବିଶେଷ କରି ରାଜ୍ୟରେ ବିଆରଏସ, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ।

ଏହା ବି ପଢନ୍ତୁ...ତେଲେଙ୍ଗାନା ବିଧାନସଭା ଭୋଟିଂ ଆରମ୍ଭ; ମୈଦାନରେ ୨୨୯୦ ପ୍ରାର୍ଥୀ

ଏହା ବି ପଢନ୍ତୁ...ମୁଁ ଏଠାକୁ ପ୍ରାୟଶ୍ଚିତ କରିବାକୁ ଆସିଛି: ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଦେଶରେ ନଭେମ୍ବର 7ରୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଇଛି । ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଭୋଟ ଶେଷ ହୋଇଛିସ । ଆଜି 119 ଆସନରେ ତେଲେଙ୍ଗାନାରେ ମତଦାନ ଗ୍ରହଣ ଆରମ୍ଭ ହୋଇଛି । 2024 ଜାନୁଆରୀ 16ରେ ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ଶେଷ ହେବ । 2018 ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ସେବେର ଟିଆରଏସ ତଥା ଏବେର ବିଆରଏସ ସରକାର ଗଠନ କରିଥିଲା । କେ ଚନ୍ଦ୍ରଶେଖର ରାଓ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ରାଜ୍ୟରେ ତ୍ରିମୁଖୀ ଲଢେଇ ହେବ । ଡିସେମ୍ବର 3 ତାରିଖରେ ତେଲେଙ୍ଗାନା ସମେତ 5 ରାଜ୍ୟର ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.