ETV Bharat / bharat

ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ, ୭ରେ ଶପଥ

author img

By ETV Bharat Odisha Team

Published : Dec 5, 2023, 3:48 PM IST

Updated : Dec 5, 2023, 7:11 PM IST

Telangana Congress CM Race: ତେଲେଙ୍ଗାନାରେ କଂଗ୍ରେସର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସୃଷ୍ଟି ହୋଇଥିବା ସସପେନ୍ସର ଅନ୍ତ ଘଟିଛି । ପିସିସି ସଭାପତି ରେବନ୍ତ ରେଡ୍ଡି ହେବେ ମୁଖ୍ୟମନ୍ତ୍ରୀ । ୭ ତାରିଖରେ ଶପଥ ଗ୍ରହଣ ସମାରୋହ । ଅଧିକ ପଢ଼ନ୍ତୁ...

ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ, ୭ରେ ଶପଥ
ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ, ୭ରେ ଶପଥ
ରେବନ୍ତ ରେଡ୍ଡି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ, ୭ରେ ଶପଥ

ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସର ବୃହତ ବିଜୟ ପରେ ଏବଂ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ତାକୁ ନେଇ ଯେଉଁ ସସପେନ୍ସ ଚାଲିଥିଲା ତାର ଅନ୍ତ ଘଟିଛି। ପିସିସି ସଭାପତି ରେବନ୍ତ ରେଡ୍ଡି ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଆସନ୍ତା ୭ ତାରିଖରେ ଶପଥ ନେବ କଂଗ୍ରେସ ସରକାର । ଦିଲ୍ଲୀରେ ଆନୁଷ୍ଠାନିକ ଭାବେ ରେବନ୍ତ ରେଡ୍ଡିଙ୍କ ନାଁ ଘୋଷଣା କରିଛନ୍ତି କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ ।

ସିଏଲପି ବୈଠକ : ସୋମବାର ହାଇ ଦ୍ରାବାଦରେ ବସିଥିଲା ତେଲେଙ୍ଗାନା କଂଗ୍ରେସ ବିଧାୟକ ଦଳ ବୈଠକ । ଏଆଇସିସି ପର୍ଯ୍ୟବେକ୍ଷକ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏବଂ ମାଣିକ ରାଓ ଠାକରେଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ବିଧାୟକ ଦଳ ନେତା ଚୟନ ସଂପର୍କରେ ଆଲୋଚନା ହୋଇଥିଲା । ବିଧାୟକମାନଙ୍କ ଉପସ୍ଥିତିରେ ବିସ୍ତରୃତ ଆଲୋଚନା ଏବଂ ସବୁ ବିଧାୟକଙ୍କ ମତାମତ ନିଆଯାଇଥିଲା । ପରେ ବୈଠକରେ ପାଳିତ ହୋଇଥିଲା ଧାଡ଼ିକିଆ ସଂକଳ୍ପ । ଏଥିରେ ଦର୍ଶା ଯାଇଥିଲା ଯେ, ତେଲେଙ୍ଗାନା କଂଗ୍ରେସ ବିଧାୟକ ଦଳ ନେତା ଚୟନ କରିବେ ହାଇକମାଣ୍ଡ । ଅର୍ଥାତ୍, କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼େ ନିଷ୍ପତ୍ତି ନେବେ ଯେ, କିଏ ହେବେ ମୁଖ୍ୟମନ୍ତ୍ରୀ ? କିଏ ନେବେ ତେଲେଙ୍ଗାନାରେ କଂଗ୍ରେସ ସରକାରର ନେତୃତ୍ବ ? ଶେଷରେ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ ଦିଲ୍ଲୀରେ ଏହି ଘୋଷଣା କରିଛନ୍ତି । ରେବନ୍ତ ରେଡ୍ଡି ତେଲେଙ୍ଗାନା ବିଧାନସଭାର ନବ ନିର୍ବାଚିତ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ରେବନ୍ତ ତେଲେଙ୍ଗାନାରେ କଂଗ୍ରେସ ସରକାରର ନେତୃତ୍ବ ନେବେ ।

ଏହା ମଧ୍ୟ ପଢ଼ନ୍ତୁ: ତେଲେଙ୍ଗାନା କଂଗ୍ରେସରେ ସିଏମ୍ ରେସ୍: ସବୁଠୁ ଆଗରେ ପିସିସି ସଭାପତି ରେଭାନ୍ତ

ଫେରିଗଲେ ପର୍ଯ୍ୟବେକ୍ଷକ: ଏଆଇସିସି ପର୍ଯ୍ୟବେକ୍ଷକ ମାଣିକରାଓ ଠାକରେ ଏବଂ ଡି.କେ ଶିବକୁମାର ଦିଲ୍ଲୀ ଯାଇ ମଲି ଖଡ଼ଗେଙ୍କୁ ଭେଟି ଆଲୋଚନା କରିଥିଲେ । ଖଡ଼ଗେ ଏସଂପର୍କରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ମଧ୍ୟ ଆଲୋଚନା କରିଥିଲେ। ରେବନ୍ତ ତାଙ୍କର ପସନ୍ଦ ବୋଲି କହିଥିଲେ ରାହୁଲ ।

ଏହା ମଧ୍ୟ ପଢ଼ନ୍ତୁ: ତେଲେଙ୍ଗାନା: ରେବନ୍ତ ରେଡ୍ଡୀଙ୍କ ଶପଥ ନେଇ ସସପେନ୍ସ ଜାରି, ଏବେ ବି ବିଧାୟକ ଦଳ ନେତା ଚୟନ ବାକି

ରେସ୍ ରେ ଆଗରେ ଥିଲେ ରେଭାନ୍ତ: ରେବନ୍ତ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି । ପିସିସି ସଭାପିତ ରେବନ୍ତ ରେଡ୍ଡିଙ୍କୁ ବିଧାୟକ ଦଳ ନେତା କରିବା ସପକ୍ଷରେ ମତ ଦେଇଥିଲେ ଅଧିକାଂଶ ବିଧାୟକ। ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ଉତ୍ତମ ରେଡ୍ଡି, ଭଟ୍ଟି ବିକ୍ରମାର୍କ ଏବଂ କେମାତିରେଡ୍ଡିଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଶା କଂଗ୍ରେସର ତେଲେଙ୍ଗାନା ଫର୍ମୂଲା : ରାଜ୍ୟରେ ପରିବର୍ତ୍ତନ ନାରା ଦେଲେ ଶରତ

ଇସ୍ତଫା ଦେଲେ ଉତ୍ତମ: ତେଲେଙ୍ଗାନା ପାଇଁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ସସପେନ୍ସ ବଢ଼ାଇ ଥିଲେ ପୂର୍ବତନ ପିସିସି ସଭାପତି ତଥା ସାଂସଦ ଉତ୍ତମ କୁମାର ରେଡ୍ଡି । ଉତ୍ତମ ଚଳିତ ନିର୍ବାଚନରେ ବିଧାୟକ ମଧ୍ୟ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଥିବା ଉତ୍ତମ, ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସେ ବିଧାୟକ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏହାକୁ ନେଇ ସସପେନ୍ସ ବଢ଼ିଯାଇଛି । ଯଦିଓ ଜଣେ ରାଜନେତା ଦୁଇଟି ପଦରେ ରହିବା ବ୍ୟବସ୍ଥା ନାହିଁ । 14 ଦିନ ମଧ୍ୟରେ ଗୋଟିଏ ପଦରୁ ଇସ୍ତଫା ଦେବାର ନିୟମ ରହିଛି। ତେବେ ପ୍ରଶ୍ନ ଉଠୁଛି, କାହିଁକି ସଂସଦ ପଦରୁ ଇସ୍ତଫା ଦେଇ ବିଧାୟକ ରହିବାକୁ ଚାହୁଁଛନ୍ତି ଉତ୍ତମ ! ତେଲେଙ୍କାନା କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଚେୟାର ପ୍ରତି ଆଶାୟୀ ଥିଲେ କି ଉତ୍ତମ ? ମୁଖ୍ୟମନ୍ତ୍ରୀ ପଦ ତ ମିଳିନାଲି, ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି କି ଉତ୍ତମ ?

କର୍ଣ୍ଣାଟକ ଢାଞ୍ଚାରେ ତେଲେଙ୍ଗାନା ସରକାର: ଚର୍ଚ୍ଚା ହେଇଛି ଯେ, କର୍ଣ୍ଣାଟକ ଢାଞ୍ଚାରେ ଗଠନ ହୋଇପାରେ ତେଲେଙ୍ଗାନାରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀଙ୍କ ସହ ରହି ପାରନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ କେତେ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ, ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ସୋମବାର ଅପରାହ୍ଣରେ ସରକାର ଗଠନ ନେଇ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା । ମାତ୍ର କିଛି ଘଣ୍ଟା ପରେ ଚର୍ଚ୍ଚା ଶାନ୍ତ ପଡ଼ିଥିଲା । ଏବେ ପୁଣି ଚର୍ଚ୍ଚା ହେଉଛି ଯେ , ଆସନ୍ତା ୭ ତାରିଖରେ ତେଲେଙ୍ଗାନାରେ ଗଠନ ହେବ କଂଗ୍ରେସ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 5, 2023, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.