ETV Bharat / bharat

Telangana CM on anti BJP mission: ରାକେଶ ଟିକାୟତ ଓ ସୁବ୍ରମଣ୍ୟମ ସ୍ବାମୀଙ୍କୁ ଭେଟିଲେ କେ.ସି.ଆର

author img

By

Published : Mar 3, 2022, 9:59 PM IST

ଦିଲ୍ଲୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର, ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଓ କୃଷକ ନେତା ରାକେଶ ଟିକାୟତଙ୍କ ମଧ୍ୟରେ ଆଲୋଚନା । ବିଜେପି ବିରୋଧୀ ଆଞ୍ଚଳିକ ମେଣ୍ଟ ଗଠନ ଅଭିମୁଖେ କେସିଆର । ଗତ କିଛି ଦିନ ତଳେ ଉଦ୍ଧବ ଓ ଶରଦଙ୍କୁ ଭେଟି କରିଥିଲେ ଆଲୋଚନା । ଅଧିକ ପଢନ୍ତୁ

Telangana CM on anti BJP mission: ରାକେଶ ଟିକାୟତ ଓ ସୁବ୍ରମଣ୍ୟମ ସ୍ବାମୀଙ୍କୁ ଭେଟିଲେ କେ.ସି.ଆର
Telangana CM on anti BJP mission: ରାକେଶ ଟିକାୟତ ଓ ସୁବ୍ରମଣ୍ୟମ ସ୍ବାମୀଙ୍କୁ ଭେଟିଲେ କେ.ସି.ଆର

ନୂଆଦିଲ୍ଲୀ: ବିଜେପି ବିରୋଧୀ ମେଣ୍ଟ ନେଇ ଅଣ୍ଟା ଭିଡିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ.ଚନ୍ଦ୍ର ଶେଖର ରାଓ ଆଜି ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଓ ଚର୍ଚ୍ଚିତ କୃଷକ ନେତା ରାକେଶ ଟିକାୟତଙ୍କ ସହ ଆଲୋଚନା କରିଛନ୍ତି । ଦିଲ୍ଲୀରେ ଏମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବାବେଳେ ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିଥିବା ଦଳ ପକ୍ଷରୁ କୁହାଯାଇଛି । ସେହିପରି ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ଆସନ୍ତାକାଲି (ଶୁକ୍ରବାର) ରାଞ୍ଚି ଗସ୍ତ ମଧ୍ୟ କରିପାରନ୍ତି ।

ଜାତୀୟ ସ୍ତରରେ ବିଜେପି ବିରୋଧୀ ମେଣ୍ଟ ଗଠନ କରିବାର ଅଭିଯାନରେ ବେସ ସକ୍ରିୟ ରହଛନ୍ତି କେସିଆର । ଏହି ଅଭିଯାନରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସମେତ ବିଭିନ୍ନ ଆଞ୍ଚଳିକ ନେତାଙ୍କ ସହ ପହଞ୍ଚି ଆଲୋଚନା କରି ସାରିଛନ୍ତି । ଆଜି ମଧ୍ୟ ବାରାଣାସୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ କରିବା ସହ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଥିବା ବେଳେ ସେପରି କିଛି ଦେଖିବାକୁ ମିଳିନାହିଁ ।

ଭାରତ କିଷାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାଏତ କେନ୍ଦ୍ର ପ୍ରଣିତ ତିନି ବିବାଦୀୟ କୃଷି ଆଇନ ବିରୋଧୀ କୃଷକ ଆନ୍ଦୋଳନର ନେତୃତ୍ବ ନେଇ ବିଜେପି ବିରୋଧୀ ଚେହେରା ଭାବେ ବେସ ଚର୍ଚ୍ଚାକୁ ଆସିଥିଲେ । ସେହିପରି ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ନିଜ ଦଳକୁ କଡା ସମାଲୋଚନା କରି ବେସ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ଆଜି ଏହି ତିନି ନେତାଙ୍କ ଏକତ୍ର ଆଲୋଚନା ବିଜେପି ବିରୋଧୀକୁ ମେଳି ଅଭିଯାନକୁ ବଳ ଯୋଗାଇବା ଅନୁମାନ କରାଯାଉଛି ।

ସେହିପରି ଗତ କିଛି ଦିନ ତଳେ ମହାରାଷ୍ଟ୍ର ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ରାଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ସରକାରରେ ସହଯୋଗୀ ଦଳ ଭାବେ ଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ମଧ୍ୟ ଭେଟିି ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.