ETV Bharat / bharat

ତେଲେଙ୍ଗାନାରେ ସମସ୍ତଙ୍କୁ ମାଗଣା ଟିକା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେ ସି ଆର - ତେଲେଙ୍ଗାନା ମୁଖ୍ଯମନ୍ତ୍ରୀ

ତେଲେଙ୍ଗାନାର ସମସ୍ତ ରାଜ୍ୟବାସୀଙ୍କ ପାଇଁ ମାଗଣା ଟିକା ପ୍ରଦାନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେସିଆର । ଅଧିକ ପଢନ୍ତୁ....

ତେଲେଙ୍ଗାନାରେ ସମସ୍ତଙ୍କୁ ମାଗଣା ଟିକା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେ ସି ଆର

author img

By

Published : Apr 24, 2021, 9:19 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ସମସ୍ତ ରାଜ୍ୟବାସୀଙ୍କ ପାଇଁ ମାଗଣା ଟିକା ପ୍ରଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏହାସହ ତେଲେଙ୍ଗାନାରେ କାର୍ଯ୍ୟରତ ଥିବା ଅନ୍ୟ ରାଜ୍ୟର ବ୍ୟକ୍ତିବିଶେଷ ମଧ୍ୟ ଏହି ମାଗଣା ଟିକା ପାଇବାର ହକଦାର ହେବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କେସିଆର ସୂଚନା ଦେଇଛନ୍ତି ।

କେସିଆର ଆହୁରି ମଧ୍ୟ କହିଛନ୍ତି ଏହି ମାଗଣା ଟିକାକରଣ ପାଇଁ 2500 କୋଟି ଖର୍ଚ୍ଚ ହେବ । ସ୍ପଷ୍ଟ ଭାବରେ କହିଛନ୍ତି ଯେ ଲୋକଙ୍କ ଜୀବନ ଅପେକ୍ଷା ଟଙ୍କା ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ। ତେଣୁ ରାଜ୍ୟ ସରକାର ଏହି ମୁକ୍ତ ଟୀକା କରଣଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଘୋଷଣା ପୂର୍ବରୁ ବର୍ତ୍ତମାନ 35 ଲକ୍ଷ ଲୋକଙ୍କୁ ଟିକା ଗ୍ରହଣ କରିସାରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।

ଟୀକାକରଣ କାର୍ଯ୍ୟକ୍ରମ ପରିଚାଳନା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ସେହିପରି ଏହାର ସୁପରିଚାଳନା ପାଇଁ ସ୍ବତନ୍ତ୍ର ଭାବେ ଇନଚାର୍ଜ ମଧ୍ୟ ନିଯୁକ୍ତ କରିବା ପାଇଁ ଯୋଜନା ରଖିଛନ୍ତି ତେଲେଙ୍ଗାନା ସରକାର । ସେହିପରି ସମସ୍ତ ଡାକ୍ତରଖାନାରେ କୋରୋନା ରୋଗୀଙ୍କ ପାଇଁ ଶଯ୍ୟା, ଔଷଧ ଏବଂ ଆବଶ୍ୟକୀୟ ପରିମାଣର ଅମ୍ଳଜାନ ଯୋଗାଣ ଉପରେ ସରକାର ତ୍ବରିତ ପଦକ୍ଷେପ ନେଉଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କରୋନା ନିୟନ୍ତ୍ରଣ ପାଇଁ ମାସ୍କ ଏବଂ ସାମାଜିକ ଦୂରତା ଅନୁସରଣ କରିବା କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଥିବା ଦେଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.