ETV Bharat / bharat

ମାଡୁଛି କୋରୋନା, ମୁକାବିଲା ପାଇଁ ପ୍ରସ୍ତୁତ ତେଲେଙ୍ଗାନା ସରକାର

author img

By

Published : Jan 10, 2022, 11:54 AM IST

ଦେଶରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ପଦକ୍ଷେପ ମାନ ନିଆଯାଇଛି । ଏନେଇ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ଆୟୋଜନ ହୋଇଥିଲା । ଅଧିକ ପଢ଼ନ୍ତୁ

telangana cm holds covid19 review meeting
କୋରୋନା ମୁକାବିଲା ନେଇ ତେଲେଙ୍ଗାନା ସରକରାଙ୍କ ସମୀକ୍ଷା

ହାଇଦ୍ରାବାଦ: ଦେଶରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ପଦକ୍ଷେପ ମାନ ନିଆଯାଇଛି । ଏନେଇ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏକ ସମୀକ୍ଷା ବୈଠକ ଆୟୋଜନ ହୋଇଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଧ୍ୟକ୍ଷତାରେ କୋଭିଡ ନିୟମ ସଂକ୍ରାନ୍ତୀୟ ଆଲୋଚନା ହୋଇଥିଲା ।

ମୁଖ୍ୟମନ୍ତ୍ରୀ ସମୀକ୍ଷା କରି କହିଛନ୍ତି କି, ଭୟଭୀତ ହେବାର ଆବଶ୍ୟକତା ନାହିଁ । ସମସ୍ତେ ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତାକୁ ବଜାୟ ରଖିବା ସହ କୋଭିଡ ନିୟମ ପାଳନ କରିବା ପାଇଁ ତେଲେଙ୍ଗାନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଟୀକାକରଣ ଉପରେ ଅଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର । ଏଥିସହ ଆଜିଠାରୁ (ସୋମବାର) ଆରମ୍ଭ ହେଉଥିବା ବୁଷ୍ଟର ଡୋଜ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

ଆଗକୁ ମକର ସଂକ୍ରାନ୍ତି ଆସୁଥିବାରୁ ବାହାରକୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ଜନସାଧାରଣଙ୍କୁ ନିବେଦନ କରିବା ସହ ଘରେ ରହି ସମସ୍ତ ନିୟମ ମାନି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । କୋରୋନା ପରିସ୍ଥିତିକୁ ସାମ୍ନା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ସେ ବୈଠକରେ କହିଛନ୍ତି । ହସ୍ପିଟାଲରେ ଅକ୍ସିଜେନ ବେଡ, ମେଡ଼ିସିନ ଓ ଅନ୍ୟ ଜରୁରୀ ଜିନିଷ ମହଜୁଦ ଥିବା ମଧ୍ୟ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଏକାଧିକ ବିଷୟ ଉପରେ ସମୀକ୍ଷା କରିଥିବା ଜଣା ପଡ଼ିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.