ETV Bharat / bharat

ମୋଦିଙ୍କ ଗସ୍ତ ପୂର୍ବରୁ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ ଅଟକ - ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ଉଠାଇ ନେଲା ପୋଲିସ

ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତର କିଛି ଦିନ ପୂର୍ବରୁ ବିଜେପି ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ବନ୍ଦୀ ସଞ୍ଜୟ କୁମାରଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ । ଷଡଯନ୍ତ୍ର ବୋଲି କହିଲା ଦଳ । ଅଧିକ ପଢନ୍ତୁ

Telangana BJP chief Bandi Sanjay
Telangana BJP chief Bandi Sanjay
author img

By

Published : Apr 5, 2023, 8:59 AM IST

ହାଇଦ୍ରାବାଦ: ରାତି ଅଧିଆ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ଉଠାଇ ନେଲା ପୋଲିସ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ କରିମନଗର ବାସଭବନରୁ ତାଙ୍କୁ ପୋଲିସ ଉଠାଇ ନେଇଛି । ଆସନ୍ତା ୩ ଦିନ ପରେ ଅର୍ଥାତ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଏହାପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟଙ୍କୁ ପୋଲିସ ଉଠାଇ ଆଣି ଅଟକ ରଖିଛି । ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବିଜେପି କର୍ମୀ ଏନେଇ ପ୍ରତିବାଦ କରିଛନ୍ତି ।

  • Karimnagar, Telangana | BJP state president Bandi Sanjay detained by police from his residence in Karimnagar

    Police have arrested BJP state president Bandi Sanjay from his residence illegally. This is nothing but to disturb PM Modi’s program in Telangana: BJP State General… pic.twitter.com/LeipGaR2sC

    — ANI (@ANI) April 4, 2023 " class="align-text-top noRightClick twitterSection" data=" ">

ତେବେ ଗତକାଲି ବିଳମ୍ବିତ ରାତିରେ କରିମନଗର ବାସଭବନରୁ ବିଜେପି ନେତା ବନ୍ଦୀ ସଞ୍ଜୟ କୁମାରଙ୍କୁ ପୋଲିସ ନିଜ ହେପାଜତକୁ ନେବା ସମୟରେ ଉତ୍ତେଜନା ଦେଖାଦେଇଥିଲା । ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ପୋଲିସକୁ ବିରୋଧ କରିଥିଲେ । ତେବେ ପୋଲିସ ବଳ ପୂର୍ବକ ସଞ୍ଜୟଙ୍କୁ ଟେକି ନେଇ ଭ୍ୟାନରେ ବସାଉଥିବା ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି । ବିଜେପି ନେତାଙ୍କୁ ନାଲଗୋଣ୍ଡା ଜିଲ୍ଲାର ବୋମ୍ମାଲା ରାମରାମ ଥାନାକୁ ନିଆଯାଇଥିବା ସୂଚନା ରହିଛି । ତେବେ ପୋଲିସ କାହିଁକି ଏଭଳି ରାତି ଅଧିଆ ସଞ୍ଜୟଙ୍କୁ ଉଠାଇ ନେଲା ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇ ନାହିଁ ।

ଏହା ଏକ ଷଡଯନ୍ତ୍ର କହିଲା ବିଜେପି: ପୋଲିସ ବନ୍ଦୀ ସଞ୍ଜୟ କୁମାରଙ୍କୁ ଏଭଳି ବଳପୂର୍ବକ ଉଠାଇ ନେବା ଘଟଣାକୁ ବିରୋଧ କରିଛି ବିଜେପି । ଏହାକୁ ନେଇ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦେଇଛି ଦଳ । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପ୍ରମେନ୍ଦର ରେଡ୍ଡୀ ଅଭିଯୋଗ କରି କହିଛନ୍ତି, " ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ପୋଲିସ ରାତି ଅଧିଆ ଗିରଫ କରିଛି । ତାଙ୍କୁ କରିମନଗରର ବାସଭବନରୁ ବେଆଇନ ଭାବେ ଗିରଫ କରାଯାଇଛି । ସଞ୍ଜୟ କୁଆଡେ ଚାଲିଯାଉଥିଲେ କି? ସକାଳୁ ମଧ୍ୟ ତାଙ୍କୁ ହେପାଜତକୁ ନିଆଯାଇ ପାରିଥାନ୍ତା । ଆଗକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରହିଥିବାରୁ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ପାଇଁ ଏଭଳି ଷଡଯନ୍ତ୍ର କରି କରାଯାଇଛି । "

ଏହାକୁ ବିରୋଧ କରି ଆନ୍ଦୋଳନର ଚେତାବନୀ ଦେଇଛି ବିଜେପି: ବିଜେପି ସାଧାରଣ ସମ୍ପାଦକ ପ୍ରମେନ୍ଦର ରେଡ୍ଡୀ ଆହୁରି ମଧ୍ୟ କହିଛନ୍ତି, " ଜଣେ ସାଂସଦ ବିରୋଧରେ ଏଭଳି ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ନେବାର କ'ଣ ଆବଶ୍ୟକତା ରହିଥିଲା? ସେ କ'ଣ ଅପରାଧ କରିଛନ୍ତି? ଏନେଇ ପୋଲିସ ପକ୍ଷରୁ ଆମକୁ କୌଣସି ସୂଚନା ଦିଆଯାଉ ନାହିଁ । ପେପର ଲିକ ମାମଲାରେ ସେ ସର୍ବଦା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ, ତେଣୁ ତାଙ୍କୁ ଅକ୍ରୋଶମୂଳକ ଭାବେ ଗିରଫ କରାଯାଇଥାଇପାରେ । କିନ୍ତୁ ଏହା ଗଣତନ୍ତ୍ର ବିରୋଧୀ ଅଟେ ।"

ବନ୍ଦୀ ସଞ୍ଜୟ କୁମାରଙ୍କୁ ପୋଲିସ ଏଭଳି ଉଠାଇ ନେଇଥିବାରୁ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି । ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମେ ସାରା ରାଜ୍ୟରେ ବିରୋଧ କରିବୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପ୍ରମେନ୍ଦର ରେଡ୍ଡୀ । ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 8 ଏପ୍ରିଲରେ ତେଲେଙ୍ଗାନା ଗସ୍ତର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସିକନ୍ଦରାବାଦରୁ ତିରୁପତି ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହା ପୂର୍ବରୁ ବିଜେପି ରାଜ୍ୟ ସଭାପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.