ETV Bharat / bharat

Telengana Assembly Poll: ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି, KCRଙ୍କ ବିରୋଧରେ ଲଢିବେ ଏଟଲା ରାଜେନ୍ଦ୍ର ! - କେସିଆରଙ୍କ ବିରୋଧରେ ଲଢିବେ ରାଜେନ୍ଦ୍ର

ନଭେମ୍ବର 30 ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ବିଜେପି ଘୋଷଣା କରିବ ପ୍ରାର୍ଥୀ ତାଲିକା। ଅଧିକ ପଢ଼ନ୍ତୁ

telangana assembly polls
telangana assembly polls
author img

By ETV Bharat Odisha Team

Published : Oct 21, 2023, 12:36 PM IST

ହାଇଦ୍ରାବାଦ: ଆସନ୍ତା ମାସରେ 5 ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପାର୍ଥୀ ତାଲିକା ଘୋଷଣା କରୁଛନ୍ତି ପ୍ରମୁଖ ରାଜନୈତିକ ପ୍ରତିଦ୍ବନ୍ଦି ଦଳ । ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବ ବିଜେପି । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ 55 ଆସନରେ ଆଜି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିବା ବିଶେଷ ସୂତ୍ରରୁ ପ୍ରକାଶ କରିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ, ଜି କିଶାନ ରେଡ୍ଡୀଙ୍କ ସମେତ ତମାମ ବରିଷ୍ଠ ନେତା ତଥା କେନ୍ଦ୍ରୀୟ ନିର୍ବାଚନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

ହୁଜୁରାବାଦରୁ ପୂର୍ବତନ ମନ୍ତ୍ରୀ ଏଟଲା ରାଜେନ୍ଦ୍ରଙ୍କୁ ପୁଣି ଦଳ ପ୍ରାର୍ଥୀ କରିବା ନେଇ ସୂଚନା ରହିଥିବା ବେଳେ । ବର୍ତ୍ତମାନ ଏହି ଆସନରେ ବିଧାୟକ ରହିଛନ୍ତି ରାଜେନ୍ଦ୍ର । ସେହିପରି ଗଜଓ୍ବାଲରୁ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ଏଟଲା ରାଜେନ୍ଦ୍ର ପ୍ରାର୍ଥୀ ମଧ୍ୟ ହୋଇ ପାରନ୍ତି । ତେଲେଙ୍ଗାନାରେ ବିଜେପିର 4 ସାଂସଦ ଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଛି । କରିମନଗର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବାଣ୍ଡି ସଞ୍ଜୟ କରିମନଗର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବେଳେ ଆଦିଲାବାଦ ସାଂସଦ ସୋୟମ ବାପୁରାଓ ମଧ୍ୟ ସେହି ଆସନରୁ ଲଢ଼ିବେ । ସେହିପରି ନିଜାମବାଦ ସାଂସଦ ଧର୍ମପୁରୀ ଅରବିନ୍ଦ କରିମନଗର ଜିଲ୍ଲା କୋର୍ଟରୁ ପାର୍ଥୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Assembly Poll: ତିନି ରାଜ୍ୟରେ ପ୍ରାର୍ଥୀ ଦେଲା କଂଗ୍ରେସ, ପାଟନାରୁ ଲଢିବେ ଭୂପେଶ-ଚିଣ୍ଡୱାରାରୁ କମଲ ନାଥ

ଚେନ୍ନୁରୁ ପୂର୍ବତନ ସାଂସଦ ଜି ବିବେକ ଏବଂଗଡଓ୍ବାଲରୁ ପାର୍ଟିର ଜାତୀୟ ଉପ ସଭାପତି ଡିକେ ଅରୁଣଙ୍କୁ ଦଳ ପ୍ରାର୍ଥୀ କରିପାରେ । ସେହିପରି ବିଧାୟକ ରଘୁନନ୍ଦନ ରାଓ ପୁଣି ଥରେ ଡୁବାକା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ଯେଉଁମାନଙ୍କ ନାମ ପ୍ରଥମ ତାଲିକାରେ ରହିଛି ସେମାନଙ୍କ ମଧ୍ୟରୁ ଅନେକ ନେତା ପୂର୍ବ ବିଧାନସଭା ନିର୍ବାଚନରେ ସମାନ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି ।

ଅକ୍ଟୋବର 9 ତାରିଖରେ ବିଜେପି 3 ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଛତିଶଗଡ଼ ପାଇଁ ପୂର୍ବରୁ ଗୋଟିଏ ପର୍ଯ୍ୟାୟ ଓ ମଧ୍ୟ ପ୍ରଦେଶ ପାଇଁ ଦୁଇଟି ପର୍ଯ୍ୟାୟରେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ପ୍ରଥମ ଥର ପାଇଁ ରାଜସ୍ଥାନରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପ୍ରଥମ ପର୍ଯ୍ୟାୟରେ ଦଳ ରାଜସ୍ଥାନ ପାଇଁ 41 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ସେହିପରି ଛତିଶଗଡ଼ ପାଇଁ 64 ପ୍ରାର୍ଥୀ ଏବଂ ମଧ୍ୟ ପ୍ରଦେଶ ପାଇଁ 57 ଜଣ ପ୍ରାର୍ଥୀଙ୍କ ତାଲିକା ଦଳ ପକ୍ଷରୁ ପ୍ରକାଶ ପାଇଥିଲା । ମଧ୍ୟ ପ୍ରଦେଶ ପାଇଁ 3ୟ ପର୍ଯ୍ୟାୟରେ 57 ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଥିଲା ଦଳ । ନଭେମ୍ବର 30 ତାରିଖରେ ତେଲେଙ୍ଗାନାରେ ମତଦାନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.