ETV Bharat / bharat

ଭସାଣୀରେ ଅଘଟଣ; ଟ୍ରାକ୍ଟର ଓଲଟି ୪ ମୃତ, ଅନେକ ଆହତ

ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବାବେଳେ ଓଲଟିଲା ପଡିଲା ଟ୍ରାକ୍ଟର । ୪ ମୃତ, ଅନେକ ଆହତ । ଅଧିକ ପଢନ୍ତୁ...

author img

By

Published : Oct 17, 2021, 9:43 AM IST

କାଳ ହେଲା ଭସାଣୀ ଉତ୍ସବ, ଟ୍ରାକ୍ଟର ଓଲଟି ୪ମୃତ, ଅନେକ ଆହତ

ହାଇଦ୍ରାବାଦ: କାଳ ହେଲା ଭସାଣୀ ଉତ୍ସବ । ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଓଲଟିଲା ପଡିଲା ଟ୍ରାକ୍ଟର। ଏଭଳି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ଖମ୍ମାମ ଜିଲ୍ଲାର ଆୟାଗରିପାଲ୍ଲୀରେ ।

ଗତକାଲି ଦେବୀ ମା'ଙ୍କ ମୂର୍ତ୍ତିକୁ ବିସର୍ଜନ କରିବା ପାଇଁ ୨ଟି ଟ୍ରାକ୍ଟର କମଲାପୁରାମରୁ ମୁନେରୁ ନଦୀ ଅଭିମୁଖେ ବାହାରିଥିଲା । ଗୋଟିଏ ଟ୍ରାରକ୍ଟରେ ମା'ଙ୍କୁ ନିଆଯାଉଥିବା ବେଳେ ଅନ୍ୟ ଏକ ଟ୍ରାକ୍ଟରରେ କିଛି ଗ୍ରାମବାସୀ ଓ ଯୁବକ ମାନେ ଆସିଥିଲେ । ତେବେ ଦ୍ରୁତଗତିରେ ଟ୍ରାକ୍ଟରଟି ଆସୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ମୃତକ ହେଉଛନ୍ତି କମଲାପୁରାମର ଉପେନ୍ଦ୍ର, ଉମା , ନାଗରାଜ ଓ ସ୍ବାମୀ ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ଖାମ୍ମାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରାକ୍ଟର ଡ୍ରାଇଭର ମଦ୍ୟପାନ କରିଥିବାରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.