ETV Bharat / bharat

Covid fear in Delhi: ସ୍କୁଲରେ ଶିିକ୍ଷକ ଓ ଛାତ୍ର ସଂକ୍ରମିତ ପରେ ବଢିଲା ଚିନ୍ତା

author img

By

Published : Apr 14, 2022, 4:43 PM IST

ଦିଲ୍ଲୀରେ ଘରୋଇ ସ୍କୁଲରେ ପଶିଲା କୋରୋନା । ଶିକ୍ଷକ ଓ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ ବଢିଲା ଚିନ୍ତା । ଅଧିକ ପଢନ୍ତୁ

ଦିଲ୍ଲୀରେ ବଢୁଛି କୋଭିଡ ଭୟ, ସ୍କୁଲରେ ଶିିକ୍ଷକ ଓ ଛାତ୍ର ସଂକ୍ରମିତ ପରେ ବଢିଲା ଚିନ୍ତା

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଘାରିବାରେ ଲାଗିଲାଣି କୋରୋନା ଭୟ । ଦୁଇ ଦିନରେ ରାଜଧାନୀ ଦିଲ୍ଲୀରେ କୋଭିଡ ସଂକ୍ରମଣ ବଢିଥିବାବେଳେ ଆଜି ଏକ ଘରୋଇ ସ୍କୁଲରେ ଚିହ୍ନଟ ହୋଇଛନ୍ତି ସଂକ୍ରମିତ । ସ୍କୁଲରୁ ଜଣେ ଶିକ୍ଷକ ଓ ଜଣେ ଛାତ୍ର କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢିଛି । ସଂକ୍ରମିତ ଚିହ୍ନଟ ହେବା ପରେ ଅନ୍ୟ ଛାତ୍ରାଛାତ୍ରୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଦିଲ୍ଲୀରେ ଦୀର୍ଘ ଦିନ ବନ୍ଦ ରହିବା ପରେ ଫେବୃଆରୀ 7 ତାରିଖରେ 9ମ ରୁ ଦ୍ବାଦଶ ଶ୍ରେଣୀ ପାଇଁ କ୍ଲସ ରୁମରେ ପାଠପଢା ଆରମ୍ଭ ହୋଇଥିଲା । ସେହିପରି ସେହି ମାସ 14 ତାରିଖରେ ନର୍ସରୀ ପିଲାଙ୍କ ପାଇଁ ପାଠ ପଢା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିବାବେଳେ ଏପ୍ରିଲ ପହିଲାରୁ ସମସ୍ତ ବିଦ୍ୟାଳୟରେ ଅଫଲାଇନ କ୍ଲାସ ଆରମ୍ଭ ହୋଇଥିଲା ।

ମାର୍ଚ୍ଚ ପହିଲାରେ, ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ଅଫଲାଇନ କ୍ଲାସ ସମ୍ପର୍କିତ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଥିଲା । ଅଫଲାଇନ୍ କ୍ଲାସ୍ କିମ୍ବା 10 ଏବଂ 12 ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ପିତାମାତାଙ୍କ ସହମତି ବାଧ୍ୟତାମୂଳକ ହେବ ନାହିଁ ଏବଂ 10 ଏବଂ 12 ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକ ଅଫଲାଇନ୍ କ୍ଲାସ ଓ ପରୀକ୍ଷା କରିପାରିବା ନେଇ ନୂଆ ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଥିଲା । ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ସହରରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ସ୍କୁଲରେ ପୁଣି କୋଭିଡ ସଂକ୍ରମିତ ଚିହ୍ନଟ ହେବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଦିଲ୍ଲୀରେ ଗତକାଲି (ବୁଧବାର) କୋଭିଡ ସଂକ୍ରମଣର 299 ନୂତନ ମାମଲା ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର 2.49 ପ୍ରତିଶତ ରହିଥିବାବେଳେ ସହରରେ ବର୍ତ୍ତମାନ 814 ସକ୍ରିୟ ମାମଲା ରହିଛି । ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ସରକାର ତୀକ୍ଷ୍ଣ ନଜର ରଖିଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା କହିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.