ETV Bharat / bharat

ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ, ବାପା-ମାଆ-ଜେଜେମାଆକୁ ହତ୍ୟା କରି ପୋଡିଦେଲା

author img

By

Published : May 19, 2023, 1:34 PM IST

ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ । ପ୍ରମାଣ ନଷ୍ଟ କରିବା ପାଇଁ ବାପା-ମାଆ-ଜେଜେମାଆକୁ ହତ୍ୟା କରି ପୋଡିଦେଲା ସଇତାନ ପୁଅ । ଅଧିକ ପଢନ୍ତୁ

murder in chattisgarh
murder in chattisgarh

ରାୟପୁର: ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ । ରାକ୍ଷସ ସାଜିଲା ପୁଅ । ସମ୍ପତ୍ତି ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ଧନ ସମ୍ପତ୍ତି ଚାକିରି ପାଇବା ପାଇଁ ପୁଅ ଭିଆଇଲା ବୀଭତ୍ସ କାଣ୍ଡ । ପରିବାରର ଭାର ଉଠାଇବା ପରିବର୍ତ୍ତେ ପରିବାର ଶୂନ୍ୟ କରିଦେଲା । ଏକାଥରେ ଚାକିରିଆ ବାପାମାଆ ଏବଂ ଜେଜେମାଆକୁ ହତ୍ୟା କଲା ପୁଅ । ତବେ ପ୍ରମାଣ ନଷ୍ଟ କରିବା ପାଇଁ ଘର ବାରିପଟେ କାଠ ସଂଗ୍ରହ କରି ସାନିଟାଇଜର ଢାଳି ପୋଡି ଦେଇଥିଲା । ଏପରିକି ପରିବାର ସଦସ୍ୟ ନିଖୋଜ ରହିଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲା । ଏଭଳି ଏକ ବୀଭତ୍ସ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ଛଡିଶଗଡର ଶିଙ୍ଘୋଡା ଥାନା ଅନ୍ତର୍ଗତ ପୁଟକା ଗ୍ରାମରୁ । ପୋଲିସ ଉକ୍ତ ଯୁବକଙ୍କୁ ଗୁରୁବାର ରାତିରେ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଉଦିତ ନିଜ ବାପା ପ୍ରଭାତ ବୋଇ ମାଆ ଝରଣା ଭୋଇ ଏବଂ ଜେଜେମାଆ ସୁଲୋଚନା ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲା । ମେ’ ୮ ତାରିଖରେ ହସ୍ପିଟାଲ ଯାଇ ଆଉ ଫେରିନଥିବା ନେଇ ଅଭିଯୋଗ କରିଥିଲା । ପୁଅର ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହାରି ଭିତରେ ଉଦିତର ସାନଭାଇ ଅମିତ ଘରକୁ ଆସିଲା । ଏହାପରେ ଘରେ ଏମିତି କିଛି ଦୃଶ୍ୟ ଦେଖିଥିଲେ ଯାହାକୁ ଦେଖି ସେ ଆଉ ଧୌର୍ଯ୍ୟଧରି ରହିପାରିନଥିଲେ । ଘର ପ୍ରାଙ୍ଗଣରେ ରକ୍ତଦାଗ ସହ ଘର ବାହାରେ ପଡିଥିବା ପୋଡା କାଠରେ ହାଡ ଦେଖିଥିଲେ । ଏହାଦେଖି ସେ ପରିଜନଙ୍କ ହୋଇଥିବା ହୃଦୟଙ୍ଗମ କରି ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଲିସ ତଦନ୍ତ କରି ଉଦିତକୁ ଗିରଫ କରିଥିଲା । ଏହାପରେ ସବୁ ଛାତିଥରା ଘଟଣା ବଖାଣିଥିଲା ଉଦିତ ।

ସୂଚନାଅନୁସାରେ, ଉଦିତ ସର୍ବଦା ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ଚାହୁଁଥିଲା । ତେଣୁ ସେ ବାପା ପ୍ରଭାତ ଭୋଇଙ୍କୁ ଟଙ୍କା ମାଗୁଥିଲା । କିନ୍ତୁ ବାପା ମନା କରିବାରୁ ସବୁବେଳ ପରିବାରରେ କଳହ ଲାଗି ରହୁଥିଲା । ଉଦିତର ବାପା ଏବଂ ମାଆ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ମଦ୍ୟପାନ କରିବା ସହ ବାପା-ମାଆଙ୍କୁ ଗାଳି ଗୁଲଜ କରୁଥିଲା । ପୁଅ ନାଁରେ ଆଗରୁ ମଧ୍ୟ କ୍ରିମିନାଲ କେସ ଥିବାରୁ ପୁଅକୁ ସଠିକ ବାଟକୁ ଆଣିବାକୁ ଚେଷ୍ଟା କରୁଥିଲେ ବାପା । କିନ୍ତୁ ପୁଅ ନିଶାଶକ୍ତ ଏବଂ ସମ୍ପତ୍ତି ଲାଳସାରେ ବୀଭତ୍ସ କାଣ୍ଡ ଭିଆଇଥିବା ଜଣାପଡିଛି ।

ଏମିତି ଥିଲା ପୁରା ଘଟଣା: ମେ ୭ ତାରିଖରେ ଉଦିତ ସହିତ ବାପା ମାଆଙ୍କର ଝଗଡା ହୋଇଥିଲା । ସେହିଦିନ ହିଁ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସମସ୍ତଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ଚିନ୍ତା କଲା । ଏହାପରେ ବାପା ମାଆ ଏବଂ ଜେଜେ ମାଆଙ୍କୁ ବାଡେଇ ବାଡେଇ ହତ୍ୟା କରିଥିଲା । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରି ସାନିଟାଇଜର ସାହାଯ୍ୟରେ ଘରୁ ରକ୍ତ ଦାଗ ସଫା କରିବା ସହ କାଠ ସଂଗ୍ରହ କରି ବାରିପଟେ ପୋଡି ଦେଇଥିଲା । କିନ୍ତୁ ପଇସା ଲାଳସାରେ ବାପାଙ୍କ ଫୋନଟିକୁ ଅନ କରି ରଖିଥିଲା । ବାପାଙ୍କ ନାମରେ ସାନ ଭାଇର ଆକାଉଣ୍ଟରୁ ଅନଲାଇନରେ ଜିନିଷ କିଣୁଥିଲା । କିନ୍ତୁ ସାନପୁଅ ଘରକୁ ଆସିବା ପରେ ବଡ ପୁଅର ପୋଲ ଖୋଲିଯାଇଥିଲା । ଅଭିଯୋଗ ଆଧାରରେ ତଦନ୍ତ କରି ଉଦିତକୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.