ETV Bharat / bharat

Prophet Remarks: ତେଜୁଛି ବିବାଦ, ଏପରି କହିଲେ ତସଲିମା ନସରିନ

author img

By

Published : Jun 11, 2022, 12:42 PM IST

ପ୍ରଫେଟ ମହମ୍ମଦଙ୍କ ବିଷୟରେ ଭାରତୀୟ ଜନତା ପାର୍ଟିର ନିଲମ୍ବିତ ମୁଖପାତ୍ରଙ୍କ ମନ୍ତବ୍ୟ ଯୋଗୁଁ ପ୍ରତିବାଦ ବ୍ୟାପକ ହେଉଥିବା ବେଳେ ଟ୍ବିଟ କରି ନିଜ ମନ୍ତବ୍ୟ ରଖିଛନ୍ତି ବାଂଲାଦେଶୀ ଲେଖିକା ତସ୍‌ଲିମା ନସରିନ । ଅଧିକ ପଢନ୍ତୁ

Prophet Remarks: ତେଜୁଛି ବିବାଦ, ଏପରି କହିଲେ ତସଲିମା ନସରିନ
Prophet Remarks: ତେଜୁଛି ବିବାଦ, ଏପରି କହିଲେ ତସଲିମା ନସରିନ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନକୁ ନେଇ ଦେଶରେ ଦିନକୁ ଦିନ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ପଥର ,ନିଆଁ ଧରି ରାଜରାସ୍ତାକୁ ଓହ୍ଲାଉଛନ୍ତି ବିକ୍ଷୋଭକାରୀ । ଦିଲ୍ଲୀ, କୋଲକାତା, ପଞ୍ଜାବ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ରାଞ୍ଚିରେ ତୀବ୍ର ଉତ୍ତେଜନା ଦେଖାଯାଇଛି ।

  • Even if prophet Muhammad was alive today, he would have been shocked to see the madness of the Muslim fanatics around the world.

    — taslima nasreen (@taslimanasreen) June 10, 2022 " class="align-text-top noRightClick twitterSection" data=" ">

ପ୍ରଫେଟ ମହମ୍ମଦଙ୍କ ବିଷୟରେ ଭାରତୀୟ ଜନତା ପାର୍ଟିର ନିଲମ୍ବିତ ମୁଖପାତ୍ରଙ୍କ ମନ୍ତବ୍ୟ ଯୋଗୁଁ ପ୍ରତିବାଦ ବ୍ୟାପକ ହେଉଥିବା ବେଳେ ଟ୍ବିଟ ଯୋଗେ ନିଜ ମନ୍ତବ୍ୟ ରଖିଛନ୍ତି ବାଂଲାଦେଶୀ ଲେଖିକା ତସ୍‌ଲିମା ନସରିନ । ସେ କହିଛନ୍ତି ଯେ,"ଆଜି ଯଦି ପ୍ରଫେଟ୍‌ ମହମ୍ମଦ୍‌ ବଞ୍ଚି ଥାଆନ୍ତେ ସେ ମଧ୍ୟ ମୁସଲମାନଙ୍କର ନିର୍ବୋଧତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତେ ।" ନୂପୁରଙ୍କୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଲୋକେ ପ୍ରତିବାଦ କରି ତାଙ୍କର ଗିରଫଦାରୀ ପାଇଁ ଦାବି କରିଛନ୍ତି । ନୂପୁର ଶର୍ମାଙ୍କୁ ଗିରଫ କରି ଆବଶ୍ୟକ ହେଲେ ମୃତ୍ୟୁଦଣ୍ଡ ଦିଆଯାଉବୋଲି ପ୍ରତିବାଦକାରୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Prophet Remark Row: ରାଞ୍ଚିରେ ପୋଲିସକୁ ପଥର ମାଡ, ହିଂସାରେ ୨ ମୃତ

ଶୁକ୍ରବାର ଦିନ ଏଥିପାଇଁ ରାଜଧାନୀ ଢାକାରେ ହଜାର ହଜାର ଲୋକ ନୂପୁର ଶର୍ମାଙ୍କ ବିରୋଦରେ ପ୍ରତିବାଦ ସ୍ବରୂପ ପଦଯାତ୍ରା କରିଥିଲେ। ସେମାନେ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ୍‌ ଦେବା ସହ ଜୁନ୍‌ ୧୬ ତାରିଖରେ ଭାରତୀୟ ଦୂତାବାସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଭାରତୀୟ ସାମଗ୍ରୀ ଏବଂ ଭାରତକୁ ବର୍ଜନ କରିବା ଲାଗି ମଧ୍ୟ ସେମାନେ ଆହ୍ବାନ ଦେଇଛନ୍ତି । ପ୍ରଫେଟ୍‌ ମହମ୍ମଦଙ୍କ ବିଷୟରେ ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲ୍‌ ଦେଇଥିବା ମନ୍ତବ୍ୟକୁ କିଛି ଦେଶରେ ନିନ୍ଦା କରାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.