ବେଙ୍ଗାଲୁରୁ: କନ୍ନଡ଼ ଚଳଚିତ୍ରରେ ନଜର ଆସିଲେ କର୍ଣ୍ଣାଟକ ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇ । ଆରବୀ ନାମକ କନ୍ନଡ଼ ଫିଲ୍ମରେ ଜଣେ ସ୍ବିମିଂ(ସନ୍ତରଣ) କୋଚ୍ ଭୁମିକାରେ ଅଭିନୟ କରିଛନ୍ତି ଆନ୍ନାମଲାଇ । ପାରାଆଥ୍ଲେଟ ବିଶ୍ବାସଙ୍କ ଆତ୍ମଜୀବନୀ ଉପରେ ଏହି ଫିଲ୍ମ ଆଧାରିତ । ଦୁଇଟି ହାତ ନଥିବା ସତ୍ତ୍ବେ ବିଶ୍ବାସ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି ।
ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ରାଓ ଏହି ଫିଲ୍ମରେ ଅଭିନୟ କରିବାକୁ ଆନ୍ନାମଲାଇଙ୍କୁ ଅଫର ଦେଇଥିଲେ । ଏହି ଫିଲ୍ମରେ ଆନ୍ନାମଲାଇ ମୁଖ୍ୟ ଭୂମିକା ବିଶ୍ବାସ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମରେ ଅଭିନୟ କରିବାକୁ ଗୋଟିଏ ଟଙ୍କା ନେବେନାହିଁ ଆନ୍ନାମଲାଇ । ଫିଲ୍ମର ସୁଟିଂ ଶେଷ ହୋଇଥିବା ବେଳେ ଟିଜର ରିଲିଜ୍ ହୋଇ ସାରିଛି ।
ଆନ୍ନାମଲାଇ ଜଣେ ଅତିରିକ୍ତ ପୋଲିସ ଏସ୍ପି ଭାବରେ ୨୦୧୩ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୫ରେ ପୋଲିସ ଏସ୍ପି ଭାବରେ କର୍ଣ୍ଣାଟକର ଉଡ଼ୁପି ଜିଲ୍ଲାରେ ଦାୟିତ୍ବରେ ରହିଥିଲେ । ଏହାପରେ ଡେପୁଟି କମିଶନର ଭାବରେ ୨୦୧୮ ବେଙ୍ଗାଲୁରୁରେ ରହିଥିଲେ । ନିଜର ଅଜବ କାମ କରିବା କରିବା ତରିକା ପାଇଁ ଜଣାଶୁଣା ଥିଲେ ଆନ୍ନାମଲାଇ । ଏହାପରେ ସେ ୨୦୧୯ରେ ପୋଲିସ ବିଭାଗରୁ ଅବସର ନେଇ ୨୦୨୦ରେ ବିଜେପିରେ ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ