ଚେନ୍ନାଇ: ଦେଶରେ କୋରୋନା ତାଣ୍ଡବ ରଚିଛି । ଏତେ ପରେ ବି ଲୋକଙ୍କ ମନରେ ଚେତା ପଶୁନାହିଁ । ଖୋଲାଖୋଲି କୋଭିଡ ନିୟମକୁ ଉଲ୍ଲଂଘନ କରୁଛନ୍ତି । ଗୋଟିଏ ସ୍ଥାନରେ ମେଳା ଲାଗିଲା ପରି ଭିଡ ଜମାଉଛନ୍ତି । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ସିନାଗଙ୍ଗା ଜିଲ୍ଲା ଭିଲାରପାଟି ଗାଁରେ । ପାରମ୍ପରିକ ମାଛ ପର୍ବ ପାଳନ ପାଇଁ ଗାଁର ସବୁ ଲୋକ ଗୋଟିଏ ସ୍ଥାନରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି ।
ତାମିଲନାଡୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କିଛି କମ ନାହିଁ । ତଥାପି ନିୟମକୁ ଆଖିଠାର । ତାମିଲନାଡୁ ସରକାର ଶୁକ୍ରବାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ସପ୍ତାହ ଲକଡାଉନ ବଢାଇଛନ୍ତି । ଦୋକାନ ବଜାର ଖୋଲିବାକୁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇଛି । 50 ପ୍ରତିଶତ ଲୋକଙ୍କୁ ନେଇ ଆଇଟି କମ୍ପାନୀ ଖୋଲିବାକୁ ଅନୁମତି ମିଳିଛି ।
ତାମିଲନାଡୁରେ ଦିନକରେ ପଜିଟିଭ ସଂଖ୍ୟା 3 ହଜାର ଉପରେ ରହିଛି । ଗତକାଲି ଦିନକରେ 72ଜଣଙ୍କ ମୃତ୍ୟୁ ହୋଇଥିଲା । କୋରୋନାକୁ ନେଇ ତାମିଲନାଡୁବାସୀ କେତେ ସଚେତନ ତାହା ଏହି ଚିତ୍ରରୁ ସ୍ପଷ୍ଟ ହୋଇଛି ।
@ANI