ETV Bharat / bharat

Omicron Updates: ତାମିଲନାଡୁରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ, ଦେଶରେ ୭୩କୁ ମାମଲା ବୃଦ୍ଧି - ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ମାମଲା

ଦିନକୁ ଦିନ ଦେଶରେ ବୃଦ୍ଧି ପାଇଛି ଓମିକ୍ରନ (Omicron)ଆକ୍ରନ୍ତଙ୍କ ସଂଖ୍ୟା । ତାମିଲନାଡୁରେ ପ୍ରଥମ ମାମଲା ଚିହ୍ନଟ । ଅଧିକ ପଢନ୍ତୁ

India Omicron: ଦେଶରେ ୭୩କୁ ବୃଦ୍ଧି ହେଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Dec 16, 2021, 8:48 AM IST

ନୂଆଦିଲ୍ଲୀ: ଭୟ ବଢାଉଛି ଓମିକ୍ରନ (Omicron) । ଦିନକୁ ଦିନ ଦେଶରେ ବୃଦ୍ଧି ପାଇଛି ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା । ଦେଶରେ ଏବେ ୧୧ଟି ରାଜ୍ୟରେ ଓମିକ୍ରନ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ଗତକାଲି ୩ଟି ରାଜ୍ୟ ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଏଥିସହ ଗତକାଲି ମହାରାଷ୍ଟ୍ରରୁ ମଧ୍ୟ ୪ଟି ମାମଲା ମଧ୍ୟ ପୁଣି ସାମ୍ନାକୁ ଆସିଥିଲା ।

ତାମିଲନାଡୁରେ ଚିହ୍ନଟ ହୋଇଥିବା ପ୍ରଥମ ଓମିକ୍ରନ ଆକ୍ରାନ୍ତ (Tamil Nadu reports first case of Omicron ) ବ୍ୟକ୍ତି ଜଣଙ୍କ ଚେନ୍ନାଇର ହୋଇଥିବା ବେଳେ ନିକଟରେ ସେ ନାଇଜେରିଆରୁ ଫେରିଥିଲେ । ବ୍ୟକ୍ତି ଜଣଙ୍କ ବୟସ ୪୭ ବର୍ଷ । ସେ ତାଙ୍କ ପରିବାରର ୬ଜଣ ସଦସ୍ୟଙ୍କ ସହ ଡିସେମ୍ବର ୧୦ ତାରିଖରେ ନାଇଜେରିଆରୁ ତାମିଲନାଡୁ ଆସିଥିଲେ । ପରିବାରର ୬ଜଣ ସଦସ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବାରୁ ସମସ୍ତଙ୍କୁ ଚେନ୍ନାଇର କିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରିଭେଣ୍ଟିଭ୍ ମେଡିସିନ୍ ଏବଂ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି । ଏଥିସହ ସମସ୍ତଙ୍କ ଆକ୍ରାନ୍ତଙ୍କ ନମୁନା ଜିନୋନେମ ସ୍ବିକେନସିଂ ପାଇଁ ପଠାଯାଇଛି ।

ତେବେ ଦେଶରେ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ୩୨ ଛୁଇଁଥିବା ବେଳେ ଗୁଜୁରାଟରେ ୪, ରାଜସ୍ଥାନରେ ୧୭, ଦିଲ୍ଲୀରୁ ୬, କର୍ଣ୍ଣାଟକରେ ୩, ତେଲେଙ୍ଗାନାରୁ ୨, କେରଳରୁ ୫, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଚଣ୍ଡିଗଡ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.