ETV Bharat / bharat

Tamil Nadu rains: ମୃତ୍ୟୁସଂଖ୍ୟା 12କୁ ବୃଦ୍ଧି, ପୁଣି ରେଡ ଆଲର୍ଟ ଜାରି

author img

By

Published : Nov 11, 2021, 7:34 AM IST

ଜାରିରହିଛି ତାମିଲନାଡୁରେ ବର୍ଷା ବିତ୍ପାତ । ମୃତ୍ୟୁସଂଖ୍ୟା ୧୨କୁ ବଢିଲା, ଆଗାମୀ ୩ ଘଣ୍ଟା ପରେ ପୁଣି ପ୍ରବଳ ବର୍ଷା । ଆଲର୍ଟ କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

Tamil Nadu rains: 12କୁ ବଢିଲା ମୃତ୍ୟୁସଂଖ୍ୟା, ପୁଣି ରେଡ ଆଲର୍ଟ ଜାରି

ଚେନ୍ନାଇ: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁସଂଖ୍ୟା 12କୁ ବୃଦ୍ଧି ପାଇଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସଆର ରାମଚନ୍ଦ୍ରନ ସୂଚନା ଦେଇଛନ୍ତି । ଏଥିସହ ଏବେ ବି ଉଦ୍ଧାରକାରୀ ଟିମ୍ ବିଭିନ୍ନ ସ୍ଥାନରେ ମୁତୟନ ଥିବା କହିଛନ୍ତି ।ଅନ୍ୟପଟେ ବର୍ଷା ମଧ୍ୟ ଥମିବାର ନାଁ ଧରୁନି । ପୁଣି ଆସନ୍ତା ୩ ଘଣ୍ଟା ମଧ୍ୟରେ ତାମିଲନାଡୁର କିଛି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଚେନ୍ନାଇ,ତିରୁଭାଲୁର, କାଲାକୁରିଚି, ସାଲେମ, ଭେଲୋର, ତିରୁପତି, ରାନିପେଟ, ଥିରୁବନ୍ନାମଲାଇ ଏବଂ ପୁଡୁଚେରୀ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଏହାସହ ଆଜି(ଗୁରୁବାର) କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଆଜି ସନ୍ଧ୍ୟା ସୁଦ୍ଧା ପୁଡୁଚେରୀର ଉତ୍ତରରେ ଥିବା କରାଇକାଲ ଏବଂ ଶ୍ରୀହାରିକୋଟା ମଧ୍ୟରେ ଉତ୍ତର ତାମିଲନାଡୁ ଏବଂ ଏହାର ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଲଘୁଚାପ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତକାଲି ଦିନ ତମାମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଚେନ୍ନାଇ ଏବଂ ନିକଟସ୍ଥ ଚେଙ୍ଗେଲପେଟ୍, ତିରୁଭାଲୁର, କାଞ୍ଚିପୁରମ୍ ଏବଂ ଭିଲୁପୁରମ୍ ସମେତ ତାମିଲନାଡୁର ଉତ୍ତର ଜିଲ୍ଲାଗୁଡିକରେ ଅଧିକ ପ୍ରଭାବ ପକାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.