ETV Bharat / bharat

Tamil Nadu Fake Video: ୟୁଟ୍ୟୁବର ମନୀଷଙ୍କ ବିରୋଧରେ NSA ଲାଗିବା ଖବରକୁ ରାଜ୍ୟପାଳଙ୍କ ଖଣ୍ଡନ

ତାମିଲନାଡୁରେ ବିହାର ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ନେଇ ମିଥ୍ୟା ଭିଡ଼ିଓ ପୋଷ୍ଟ କରିବା ଘଟଣା । ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅଧୀନରେ ମାମଲା ରୁଜୁ ହୋଇଥିବା ଖବରକୁ ଖଣ୍ଡନ କଲେ ତାମିଲନାଡୁ ରାଜ୍ୟପାଳ । ଅଧିକ ପଢ଼ନ୍ତୁ

ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ନେଇ ମିଥ୍ୟା ଭିଡ଼ିଓ ପୋଷ୍ଟ ଘଟଣା
Tamil Nadu Fake Video
author img

By

Published : May 13, 2023, 5:02 PM IST

ଚେନ୍ନାଇ: ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବାର ମିଥ୍ୟା ଭିଡ଼ିଓ ମାମଲାରେ ବିହାରରୁ ଗିରଫ ହୋଇଥିବା ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ତାମିଲନାଡୁ ସରକାରଙ୍କ ଏନଏସଏ ଲାଗୁ କରିବା ନିଷ୍ପତ୍ତିକୁ ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବି ଅନୁମୋଦନ କରିନାହାନ୍ତି । ଏନେଇ ଶୁକ୍ରବାର ତାମିଲନାଡୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସମିଟରେ ସ୍ପଷ୍ଟୀକରଣ ଦିଆଯାଇଛି । ମନୀଷ କଶ୍ୟପଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ (NSA) ଲାଗୁ କରିବାକୁ ରାଜ୍ୟପାଳ ଅନୁମୋଦନ କରିଥିବା ଖବରକୁ ଖଣ୍ଡନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମନୀଷଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବା ନେଇ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Tamil Nadu Fake Video: ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ଲାଗିଲା NSA

ତାମିଲନାଡୁ ରାଜଭବନ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, "ତାମିଲନାଡୁ ରାଜ୍ୟପାଳ ବିହାରର ଜଣେ ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅଧିନରେ ମାମଲାର ଯାଞ୍ଚ ପାଇଁ ମଞ୍ଜୁରୀ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏହି ସୂଚନାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । କୌଣସି ବ୍ୟକ୍ତି ବିରୋଧରେ ରାଜ୍ୟପାଳ ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁମୋଦନ କରିନାହାନ୍ତି । ତେଣୁ ଏଭଳି ମିଥ୍ୟା ଖବରରୁ ନିବୃତ୍ତ ରହିବା ସହ ପ୍ରସାରିତ ନକରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି । କୌଣସି ମିଥ୍ୟା ତଥା ବିଭ୍ରାନ୍ତକର ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଭିଡିଓ ଭାଇରାଲ ମାମଲା: ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କଲେ ମନୀଷ କଶ୍ୟପ

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ତାମିଲନାଡୁରେ ବିହାର ପ୍ରବାସୀ ଶ୍ରମିକଙ୍କୁ ମାରମିଟ ସହ ତାଙ୍କ ଉପରେ ନିର୍ଯାତନା ହେଉଥିବା ଅଭିଯୋଗ କରି ୟୁଟ୍ୟୁବର ମନୀଷ କଶ୍ୟପଙ୍କ ୟୁଟ୍ୟୁବ ଏବଂ ଟ୍ବିଟର ଆକାଉଣ୍ଟରେ ଅନେକ ଭିଡ଼ିଓ ପୋଷ୍ଟ କରାଯାଇଥିଲା । ଏହି ଘଟଣାରେ ତାଙ୍କ ବିରୋଧରେ ଉଭୟ ବିହାର ଓ ତାମିଲନାଡୁରେ ମାମଲା ରୁଜୁ ହୋଇଛି । ତେବେ ମାର୍ଚ୍ଚ ୧୮ରେ ମନୀଷ ପଶ୍ଚିମ ଚମ୍ପାରନ ଜିଲ୍ଲାର ଜଗଦିଶପୁର ଓପିରେ ଆତ୍ମସମର୍ପଣ କରିଥିଲେ । ତାପରେ ମଦୁରାଇ ପୋଲିସ ତାଙ୍କୁ ତାମିଲନାଡୁ ଆଣିଥିଲା । ଏହି ଅଭିଯୋଗରେ ତାଙ୍କୁ ୧୧ ମାସର ଜେଲ ଦଣ୍ଡ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.