ETV Bharat / bharat

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟାଲିନଙ୍କ ଚିଠି

author img

By

Published : Jul 24, 2022, 5:36 PM IST

ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ଭାରତ ସରକାର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରିଛନ୍ତି ପ୍ରାୟ 18 ହଜାର ଭାରତୀୟ ଛାତ୍ରଛାତ୍ର । ଅଧିକ ପଢନ୍ତୁ

Etv Bharatୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟାଲିନଙ୍କ ଚିଠି

ଚେନ୍ନାଇ: ୟୁକ୍ରେନରେ ଯୁଦ୍ଧ ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ଯୁଦ୍ଧ ସମୟରେ ସେଠାରେ ଅଧ୍ୟୟନରତ ପ୍ରାୟ 18 ହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସରକାର ସେମାନଙ୍କ ପାଠପଢା ଜାରି ରହିବା ଓ ଭବିଷ୍ୟତ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଚିଠିରେ ଅନୁରୋଧ କରିଛନ୍ତି ଷ୍ଟାଲିନ।

  • Tamil Nadu CM MK Stalin writes to PM Modi, requesting him to take necessary steps to secure the future of the medical students who have returned from Ukraine. pic.twitter.com/1ybOJ2iskG

    — ANI (@ANI) July 24, 2022 " class="align-text-top noRightClick twitterSection" data=" ">

ଷ୍ଟାଲିନ ଚିଠିରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଲୋକସଭାରେ ବିବୃତ୍ତି ରଖି, ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ଭାରତୀୟ ମେଡିକାଲ କଲେଜରେ ଭର୍ତ୍ତି ପାଇଁ ଜାତୀୟ ମେଡିକାଲ କମିଶନ (NMC) କୁ କୌଣସି ନିର୍ଦ୍ଦେଶ ଦେଇନଥିବା ସ୍ପଷ୍ଟ କରିଛନ୍ତି । ତେବେ ସେମାନଙ୍କ ଭବିଷ୍ୟତ ଓ ଆଗାମୀ କ୍ୟାରିୟର ପାଇଁ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଥିବା ଦର୍ଶାଇ ଷ୍ଟାଲିନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ‘ଅପରେସନ ଗଙ୍ଗା’ ଜରିଆରେ ସେଠାରେ ଅଧ୍ୟୟନ କରୁଥିବା ପ୍ରାୟ 18 ହଜାରରୁ ଉର୍ଦ୍ଧ୍ବ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିଥିଲା ଭାରତ । ତେବେ ସେମାନଙ୍କ ପାଠପଢା ନେଇ କିଛି ନିଷ୍ପତ୍ତି ଅଦ୍ୟାବଧି ହୋଇ ପାରିନାହିଁ । ସମାନଙ୍କୁ ଭାରତୀୟ ମେଡିକାଲ କଲେଜରେ ଭର୍ତ୍ତି କରିବା ସହ କୋର୍ସ ସମ୍ପୂର୍ଣ୍ଣ କରିବା ପାଇଁ ସୁଯୋଗ ଦେବାକୁ ବାରମ୍ବାର ଦାବି ମଧ୍ୟ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.