ETV Bharat / bharat

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏମ.କେ ଷ୍ଟାଲିନ

author img

By

Published : Jun 17, 2021, 11:27 AM IST

ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଅଧିକ ପଢନ୍ତୁ...

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏମ.କେ ଷ୍ଟାଲିନ
ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଏମ.କେ ଷ୍ଟାଲିନ

ନୂଆଦିଲ୍ଲୀ: ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ଏନେଇ ରାଜଧାନୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ଏମ.କେ ଷ୍ଟାଲିନ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମରେ NEET ସହିତ କେନ୍ଦ୍ରର ନୂଆ କୃଷି ଆଇନକୁ ରଦ୍ଦ କରିବା ନେଇ ଆଲୋଚନା କରିବାର ସମ୍ଭାବନା ରହିଛି । NEET ମେଡିକାଲ କଲେଜରେ ଆଡମିଶନ ପାଇଁ ଏକ ପ୍ରବେଶିକା ପରୀକ୍ଷା । ଜୁନ 7ରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ଏମ.କେ ଷ୍ଟାଲିନ । ସେଥିରେ NEET 2021 ପରୀକ୍ଷା ସହିତ ଅନ୍ୟ ଜାତୀୟ ସ୍ତରୀୟ ପରୀକ୍ଷାରୁ ବାତିଲ କରିବାରୁ ଅନୁରୋଧ କରିଥିଲେ । ସେ ନେଇ ଆଜି ଆଲୋଚନା କରିପାରନ୍ତି ଷ୍ଟାଲିନ ।

କୋରୋନା ମହାମାରୀ ସମୟରେ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜାତୀୟ ସ୍ତରୀୟ ପରୀକ୍ଷାକୁ ବାତିଲ କରିବାକୁ ମୋଦିଙ୍କୁ ଚିଠି ଲେଖିଥିଲେ ଷ୍ଟାଲିନ । ଏହା ସହିତ ଅଧିକ କୋଭିଡ ଭ୍ୟାକ୍ସିନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି ଷ୍ଟାଲିନ । ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ସୁବ୍ରମଣିୟମ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କୁ ଷ୍ଟାଲିନ ଭେଟିବେ ସେତେବେଳେ ସେ ତାମିଲନାଡୁକୁ ଅଧିକ ଟିକା ଦେବା ପାଇଁ ଅନୁରୋଧ କରିବେ ।

ତାମିଲନାଡୁରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କୋରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଟୀକାକରଣ ହେଉଛି ଏକମାତ୍ର ସମାଧାନ । ତେଣୁ ଲୋକମାନେ ଟୀକାକରଣ ପାଇଁ ଆଗକୁ ଆସିବା ଉଚିତ୍ ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.