ETV Bharat / bharat

ତାମିଲନାଡୁରେ NEET ରଦ୍ଦ ବିଲ୍‌ ପାରିତ, ଦ୍ବାଦଶ ରେଜଲ୍ଟ ଆଧାରରେ ଡାକ୍ତର ହେବେ ଛାତ୍ରଛାତ୍ରୀ

author img

By

Published : Sep 13, 2021, 6:03 PM IST

NEET ପରୀକ୍ଷା ପର୍ବରୁ ଆଶାୟୀ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ମାମଲା । ତାମିଲନାଡୁ ସରକାର ଏକ ବଡ ନିଷ୍ପତ୍ତି ନେଇ ନିଟ୍‌ ପରୀକ୍ଷା ରଦ୍ଦ କରିବା ପାଇଁ ବିଧାନସଭାରେ ପାରିତ କରିଛନ୍ତି ଏକ ବିଧେୟକ । ଅଧିକ ପଢନ୍ତୁ...

ତାମିଲନାଡୁରେ NEET ରଦ୍ଦ, ଦ୍ବାଦଶ ରେଜଲ୍ଟ ଆଧାରରେ ଛାତ୍ରଛାତ୍ରୀ ହେବେ ଡାକ୍ତର

ଚେନ୍ନାଇ: NEET ପରୀକ୍ଷା ପର୍ବରୁ ଆଶାୟୀ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତାମିଲନାଡୁ ବିଧାନସଭାରେ ଜୋରଦାର ହଙ୍ଗାମା । ଘଟଣା ପରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇ ନିଟ୍‌ ପରୀକ୍ଷା ରଦ୍ଦ କରିବା ପାଇଁ ବିଧାନସଭାରେ ପାରିତ କରିଛନ୍ତି ଏକ ବିଧେୟକ । ଏମବିବିଏସ/ବିଡିଏସ ପ୍ରବେଶିକା ପରୀକ୍ଷା ପାଇଁ ଦ୍ବାଦଶ ବୋର୍ଡ ପରୀକ୍ଷା ରେଜଲ୍ଟ ଆଧାରରେ ଆଡମିଶନ ହେବ ବୋଲି ବିଧେୟକରେ କୁହାଯାଇଛି ।

ବିଧାନସଭାରେ ସରକାରଙ୍କ ଏହି ବିଧେୟକକୁ ଅନ୍ନାଦ୍ରମୁକ ସମର୍ଥନ କରିଥିବାବେଳେ ବିଜେପି ଏହାକୁ ବିରୋଧ କରି ଗୃହତ୍ୟାଗ କରିଥିଲା । ଏହି ବିଧେୟକରେ ସରକାର ରାଜ୍ୟରେ ମେଡିକାଲ ଛାତ୍ରଛାତ୍ରୀଙ୍କୁ NEET ପରୀକ୍ଷାରୁ ସ୍ଥାୟୀ ମୁକ୍ତି ଦେବାକୁ ରାଷ୍ଟ୍ରତିଙ୍କୁ ଦାବି ଜଣାଇଛନ୍ତି । ମୁଖ୍ୟ ବିରୋଧୀ ଦଳ ଅନ୍ନାଦ୍ରମୁକ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାଜ୍ୟରେ ନିଟ୍‌ ପରୀକ୍ଷା ଆୟୋଜିତ ନକରିବା ଓ ମେଡିକାଲ ପାଠ୍ୟକ୍ରମରେ ଦ୍ବାଦଶ ରେଜଲ୍ଟ ଆଧାରରେ ଆଡମିଶନ ପାଇଁ ବିଧେୟକ ଆଗତ କରିଥିଲେ ।

NEET ପରୀକ୍ଷା ପୂର୍ବରୁ ଜଣେ 20 ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ମୃତ ଛାତ୍ର ଜଣଙ୍କ ଏସ ଦାନୁଶ ଓ ସେ ତାମିଲନାଡୁର ସାଲେମ ଜିଲ୍ଲା ନିବାସୀ ବୋଲି ଜଣାପଡିଥିଲା । ରବିବାର ହୋଇଥିବା NEET ପରୀକ୍ଷା ପୂର୍ବରୁ ଦାନୁଶ ଏପରି ଚରମ ନିଷ୍ପତ୍ତି ନେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ଛାତ୍ର ମୃତ୍ୟୁକୁ ନେଇ ତାମିଲନାଡୁରେ ସରଗର ହୋଇଉଠିଥିଲା ରାଜ୍ୟ ରାଜନୀତି । NEET ପରୀକ୍ଷାରେ କେନ୍ଦ୍ର ସରକାରଙ୍କ ଅପାରଗତା ଦର୍ଶାଇବା ସହ ଏହା ବିରୋଧରେ ଏକ ବିଲ ଆଣିବାକୁ ଘୋଷଣା କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

ଛାତ୍ର ଜଣଙ୍କ ଗତ ୨ ବର୍ଷ ଧରି NEET ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଗତ ୨ଟି ପ୍ରୟାସରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ବିଫଳ ହେବା ପରେ ତୃତୀୟ ପ୍ରୟାସର ସମ୍ମୁଖୀନ ହେବା ପୂର୍ବରୁ ନିୟନ୍ତ୍ରଣ ହରାଇ ଏପରି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି । ଘଟଣା ପ୍ରଘଟ ହେବା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସମବେଦନା ଜଣାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.