ETV Bharat / bharat

ପାକିସ୍ତାନକୁ ଏକ ଫଟୋ ଦେଖାଇ ଆଫଗାନିସ୍ତାନର ନାଲିଆଖି, ଜାଣନ୍ତୁ ଫଟୋ ସହ ଭାରତର କନେକସନ୍

author img

By

Published : Jan 3, 2023, 3:39 PM IST

ଆଫଗାନିସ୍ତାନରେ ପାକିସ୍ତାନର ସାମରିକ ଅପରେସନ ଇଙ୍ଗୀତ ପରେ ଚରମ ଚେତବାନୀ ଦେଲା ଆଫଗାନିସ୍ତାନ । ସେୟାର କଲା 9171 ଯୁଦ୍ଧରେ ଭାରତ ନିକଟରେ ସମର୍ପଣ କରିବାର ଫଟୋ । କହିଲା ଆକ୍ରମଣ କଲେ ହୋଇପାରେ ଏପରି ସ୍ଥିତିର ପୁନରାବୃତ୍ତି । ଅଧିକ ପଢନ୍ତୁ

ପାକିସ୍ତାନକୁ ଚେତବାନୀ ଦେଲା ଆଫାଗାନିସ୍ତାନ, ସେୟାର କଲା 9171 ଯୁଦ୍ଧରେ ଭାରତ ନିକଟରେ ସମର୍ପଣ କରିବାର ଫଟୋ

  • د پاکستان داخله وزیر ته !
    عالي جنابه! افغانستان سوريه او پاکستان ترکیه نده چې کردان په سوریه کې په نښه کړي.
    دا افغانستان دى د مغرورو امپراتوريو هديره.
    په مونږ دنظامي يرغل سوچ مه کړه کنه دهند سره دکړې نظامي معاهدې د شرم تکرار به وي داخاوره مالک لري هغه چې ستا بادار يې په ګونډو کړ. pic.twitter.com/FFu8DyBgio

    — Ahmad Yasir (@AhmadYasir711) January 2, 2023 " class="align-text-top noRightClick twitterSection" data=" ">

ହାଇଦ୍ରାବାଦ: ଆଫଗାନିସ୍ତାନରେ ପଶି ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନର ଇଙ୍ଗୀତ ପରେ ଆଫଗାନିସ୍ତାନ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ପାକିସ୍ତାନକୁ ଚେତାବନୀ ଦେବାକୁ ଯାଇ 1971 ଭାରତ-ପାକିସ୍ତାନ ଯୁଦ୍ଧର ଫଳାଫଳ ମନେ ପକାଇଛି ଆଫଗାନିସ୍ତାନ । 1971ରେ ଭାରତୀୟ ସେନା ନିକଟରେ ପାକିସ୍ତାନର ଆତ୍ମସମର୍ପଣ ସମୟର ଏକ ଫଟୋ ସେୟାର କରି ପାକିସ୍ତାନକୁ ଚେତାଇଛି ତାଲିବାନ ।

ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପରମନ୍ତ୍ରୀ ରାଣା ସନହୁଲ୍ଲାଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ଇଙ୍ଗୀତ ପରେ ଏବେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ମନ୍ତ୍ରୀ ରାଣା କହିଥିଲେ ତେହେରିକ-ଏ-ତାଲିବାନ ପାକିସ୍ତାନ (Tehreek-e-Taliban Pakistan,TTP) ବିରୋଧରେ ଆଫଗାନିସ୍ତାନରେ ପ୍ରବେଶ କରି ପାକିସ୍ତାନ ସେନା ସାମରିକ ଅପରେସନ ଆରମ୍ଭ କରିପାରେ । ଏହା ପରେ ଆଫଗାନିସ୍ତାନ ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ପାକିସ୍ତାନକୁ ଚରମ ଚେତାବନୀ ଦେଇଛି । ତାଲିବାନର ନେତା ଅହମ୍ମଦ ୟାସିର ଏକ ଟ୍ବିଟରେ ଭାରତ ନିକଟରେ ପାକିସ୍ତାନ ଆତ୍ମସମର୍ପଣ କରୁଥିବା ଫଟୋ ପୋଷ୍ଟ କରିବା ସହ ପାକିସ୍ତାନକୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି ।

ଅହମ୍ମଦ ୟାସିର ନିଜ ଟ୍ବିଟରେ ଲେଖଛନ୍ତି, ‘‘ଆଫଗାନିସ୍ତାନ ସିରିଆ ନୁହେଁ, ଯେଉଁଥିରେ କୁର୍ଦ୍ଦମାନଙ୍କ ଉପରେ ଆକ୍ରମଣ କରାଯିବ । ଆଫଗାନିସ୍ତାନ ଏକ ଗର୍ବିତ ସାମ୍ରାଜ୍ୟର ସାହାସୀ ଦେଶ । ଆମ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରନ୍ତୁ ନାହିଁ । ନଚେତ 1971ରେ ଭାରତ ସହିତ ହୋଇଥିବା ଲଜ୍ଜାଜନକ ଆତ୍ମସମର୍ପଣର ପୁନରାବୃତ୍ତିର ସାମ୍ନା କରିବାକୁ ପଡିପାରେ ।’’

ଏହି ପୋଷ୍ଟରେ ତାଲିବାନ ନେତା ୟାସିର 1971 ମସିହାରେ ଡିସେମ୍ବର 16 ତାରିଖରେ ଭାରତ ନିକଟରେ ପାକିସ୍ତାନର ଆତ୍ମସମର୍ପଣ ସମୟର ଫୋଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ତତ୍କାଳୀନ ପୂର୍ବ-ପାକିସ୍ତାନର (ବର୍ତ୍ତମାନର ବାଂଲାଦେଶ) ଲେଫ୍ଟନାଣ୍ଟ ଜେନେରାଲ ଅମୀର ଅବଦୁଲ୍ଲା ଖାନ ନାଜି ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ ଚୁକ୍ତିନାମାରେ ସ୍ବାକ୍ଷର କରୁଛନ୍ତି । ପାକିସ୍ତାନର ପରାଜୟ ସାଙ୍ଗକୁ ତତ୍କାଳୀନ ପୂର୍ବ ପାକିସ୍ତାନ ସ୍ବତନ୍ତ୍ର ବାଂଲାଦେଶ ଦେଶ ଭାବେ ମଧ୍ୟ ଆତ୍ମପ୍ରକାଶ କରିଥିଲା । ଯାହାକୁ ଭାରତୀୟ ସେନା ବିଜୟ ଦିବସ ଭାବେ ପାଳନ କରିଆସୁଛି । ଏପରି ସମୟରେ ପାକିସ୍ତାନ ତାର ଅତୀତ ଭୁଲି ଯାଇଥିବା ବେଳେ ତାଲିବାନ ତାହା ପୁଣି ଥରେ ମନେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.