ETV Bharat / bharat

Taj Mahotsav 2023: ଆଜିଠୁ ୧୦ ଦିନ ଯାଏଁ ଚାଲିବ ମହୋତ୍ସବ, ମଜା ନେବେ ପର୍ଯ୍ୟଟକ - ଆଗ୍ରାରେ ତାଜ ମହୋତ୍ସବ

ତାଜ ମହୋତ୍ସବ ଆଜିଠୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

Taj Mahotsav 2023
Taj Mahotsav 2023
author img

By

Published : Feb 20, 2023, 1:44 PM IST

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ତାଜ ମହୋତ୍ସବ । ଏହି ଉତ୍ସବ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତ ବର୍ଷର ଥିମ ରହିଛି ଜି୨୦ ଏବଂ ବିଶ୍ବବାସୀ ଭାଇଭାଇ ବା ଓ୍ବାର୍ଡ ବ୍ରଦରହୁଡ । ଆଗ୍ରାରେ ତାଜ ମହୋତ୍ସବ ଗାୟକ ଅମିତ ମିଶ୍ରଙ୍କ ଠାରୁ ଆରମ୍ଭ ହେବ । ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଜାରି ରହିବାକୁ ଥିବା ବେଳେ ସାଂସ୍କୃତିର କାର୍ଯ୍ୟକ୍ରମରେ ମୈଥିଲୀ ଠାକୁର, ପବନଦୀପ, ରାଜନ, ଅରୁଣିତା, କିଞ୍ଜଲଙ୍କ ସମେତ ଅନେକ କଳାକର ଯୋଗଦେବେ ।

ପ୍ରତିବର୍ଷ ତାଜ ମହୋତ୍ସବରେ ମୋଗଲକଳା, ପରମ୍ପରା ଏବଂ ସଂସ୍କୃତିକୁ ବିଶ୍ବବିଦିତ କରାଯାଇଥାଏ । ଏହାସହ କାନ୍ଥରେ ସ୍ବାଧିନତା ସଂଗ୍ରାମୀ, ବୀରପୁତ୍ରମାନଙ୍କ ଚିତ୍ର ଅଙ୍କନ କରାଯାଇଥାଏ । ଏହାସହ ମହାପୁରୁଷଙ୍କ କାହାଣୀକୁ ଚିତ୍ର ମାଧ୍ୟମରେ ବର୍ଣ୍ଣନା କରାଯାଉଥାଏ । ଭାରତର ସମୃଦ୍ଧ ଇତିହାସକୁ ବୁଝିବା ପାଇଁ ଏହା ସବୁଠାରୁ ବଡ ସୁଯୋଗ ହୋଇଥାଏ । ୯ ଦିନ ବ୍ୟାପୀ ହୋବାକୁ ଥିବା କାର୍ଯ୍ୟକ୍ରମରେ ଦେଶେର କଳା, ସ୍ଥାପତ୍ୟ, ସଂସ୍କୃତି, ଶିଳ୍ପକୁ ପ୍ରଦର୍ଶିତ କରାଯାଇଥାଏ ।

ତାଜ ମହୋତ୍ସବରେ ଏହି କଳାକାର ଯୋଗଦେବେ: ୨୦ ତାରିଖରେ ଗାୟକ ଅମିତ ମିଶ୍ରଙ୍କ ଗୀତରେ ଝୁମିବେ ଦର୍ଶକ । ୨୧ ତାରିଖରେ ଇଣ୍ଡିଆନ ଓସିଆନ ବେଣ୍ଡ ଅଭିନୟ କରିବେ । ୨୨,୨୩,୨୪ ଏବଂ ୨୫ ତାରିଖରେ ସଚେତ ତେଣ୍ଡନ, ଓ୍ବରସି ବ୍ରଦର, ସାଢେ ବ୍ୟାଣ୍ଡ, ପବନଦୀପ ରଞ୍ଜନ ଏବଂ ଅରୁଣିତା କାଞ୍ଜିଲାଲ ନିଜର ଯାଦୁ ଦେଖାଇବେ । ଫେବୃଆରୀ ୨୬ ତାରିଖରେ ଫ୍ୟାସନ କରାଯିବ । ଗାୟିକା ମୈଥିଲି ଠାକୁର ଏବଂ ଖେତେ ଥାନ ଆସନ୍ତା ୨୭ ଏବଂ ୨୮ ତାରିଖରେ ଆସିବେ ।

ଏହାସହ ଶେଷ ଦିନରେ ହସଦୀପ କୌରଙ୍କ ଗୀତରେ ଝୁମିବେ ଦର୍ଶକ । ଏହାସହ ଆସନ୍ତା ୨୭ ତାରିଖରେ ଫରିଦାବାଦର ପଦ୍ମଶ୍ରୀ ସୁମିତ୍ରା ଗୁହା ଗୀତ ଗାଇବେ ।ଏନେଇ ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ଅଭିନାସ ଚନ୍ଦ୍ର ମିଶ୍ର କହିଛନ୍ତି, " ତାଜ ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବଲିଉଡର ସୁନାମଧନ୍ୟ କଳାକାର ଯୋଗଦେବେ ।"

ଟିକେଟ: ତାଜ ମହୋତ୍ସବ ପାଇଁ ୫୦ ଟଙ୍କା ଟିକେଟ ଦର ଧାର୍ଯ୍ୟ କରାଯାଇଛି । ୫ବର୍ଷରୁ କମ ବୟସର ଶିଶୁଙ୍କ ପାଇଁ କୌଣସି ଟିକେଟ ଲାଗିବ ନାହିଁ । ଏହାସହ ୟୁନିଫର୍ମରେ ଆସିଥିବା ୧୦୦ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଡିସକାଉଣ୍ଟ ରହିଛି ।

ଥିମ: ଚଳିତ ବର୍ଷର ଥିମ ରହିଛି ଜି୨୦ ଏବଂ ବିଶ୍ବବାସୀ ଭାଇଭାଇ ବା ଓ୍ବାର୍ଡ ବ୍ରଦରହୁଡ । ସୁସିଲ ସରିତ ଥିମ ସଙ୍ଗ ଲେକର ମନ ମେ ଭାବ ବିଶ୍ବ ବନ୍ଧୁତ୍ବକା ଏବଂ ପ୍ରେମ କେ ସଦା ତରାନେ ଗାୟେ ହେଁ ଲେଖିଥିବା ବେଳେ ସୁଧିର ନାରାୟଣ କଣ୍ଠଦାନ କରିଛନ୍ତି ।

ଫିରୋଜାବାଦରୁ ଗ୍ଲାସ ସାମଗ୍ରୀ, ଖୁରଜାରୁ ପାତ୍ର, ଆଗ୍ରାରୁ ମାର୍ବଲ ଜିନିଷ, ଶରନପୁରରୁ କାଠ ସାମଗ୍ରୀ, ବିହାରରୁ ସିଲ୍କ ଶାଢୀ ଆସିଛି । ଏହାସହ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, କେରଳ, ବିହାରରୁ ଖାଦ୍ୟ ଷ୍ଟଲ ଲାଗିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.