ETV Bharat / bharat

ମେଲଣରେ ଅଘଟଣ, ଦୋଳି ଖସିପଡିବାରୁ ୫୦ ଆହତ - ମେଲଣରେ ଅଘଟଣ

ପଞ୍ଜାବ ମୋହାଲିର ମେଲଣରେ ଅଘଟଣ । ହଠାତ୍‌ ୫୦ ଫୁଟ ଉଚ୍ଚତାରୁ ଦୋଳି ଖସିପିଡିବାରୁ ୫୦ ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ମେଲଣରେ ଅଘଟଣ, ଦୋଳି ଖସିପଡିବାରୁ ୫୦ ଆହତ
ମେଲଣରେ ଅଘଟଣ, ଦୋଳି ମେଲଣରେ ଅଘଟଣ, ଦୋଳି ଖସିପଡିବାରୁ ୫୦ ଆହତସିପଡିବାରୁ ୫୦ ଆହତ
author img

By

Published : Sep 5, 2022, 7:13 AM IST

Updated : Sep 5, 2022, 7:38 AM IST

ଚଣ୍ଡିଗଡ: କାଳ ପାଲଟିଲା ଦୋଳି । ମେଲଣ ଦୋଳିରେ ବସି ଝୁଲୁଥିବା ବେଳେ ଘଟିଲା ଅଘଟଣ । ୫୦ ଫୁଟ ଉଚ୍ଚତାରୁ ଖସିପଡିଲା ଦୋଳି(Swing crashes down) । ଫଳରେ ୫୦ ଜଣ ଆହତ ହୋଇଥିବା ବେଳେ କେହି ମୃତହାତ ହୋଇନଥିବା ସୂଚନା । ପଞ୍ଜାବ ମୋହାଲିରେ ଘଟିଛି ଏହି ଅଭାବନୀୟ ଘଟଣା । ସମସ୍ତଙ୍କ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି ।

ମେଲଣରେ ଅଘଟଣ, ଦୋଳି ଖସିପଡିବାରୁ ୫୦ ଆହତ

ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବରେ ମୋହାଲିରେ ଏକ ମେଲଣ ଚାଲିଥିବା ବେଳେ ଆୟୋଜକ ମାନଙ୍କୁ ସେପ୍ଟେମ୍ବର ୪ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ରହିଥିଲା । କିନ୍ତୁ ଏହାକୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା । ମେଲଣରେ ଦୋଳି ସାମିଲ ହୋଇଥିବା ବେଳେ ସେଠାକୁ ବୁଲି ଆସୁଥିବା ଲୋକେ ଦୋଳି ଖେଳୁଥିଲେ । ତେବେ ରବିବାର ଏକ ଦୋଳିରେ ଖେଳୁଥିବା ବେଳେ ହଠାତ୍‌ କୌଣସି କାରଣବସଶତଃ ଦୋଳିଟି ୫୦ ଫୁଟ ଉପରୁ ତଳକୁ ଖସିପଡିଥିଲା । ଫଳରେ ଦୋଳିରେ ବସିଥିବା ୫୦ ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଏହା ମଧ୍ୟ ପଢନ୍ତୁ-Teachers Day: ଶିକ୍ଷକଙ୍କୁ ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଏହି ଅଘଟଣ ଯୋଗୁଁ ଯଦି ଆୟୋଜକଙ୍କ ତରଫରୁ କିଛି ଭୁଲ ଥାଏ ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି DSP ହର୍ଷିମ୍ରାନ ସିଂହ । ଏନେଇ ଡାକ୍ତର ସୁଭାଷ କହିଛନ୍ତି ଯେ, ‘ହସ୍ପିଟାଲରେ ୫ଜଣ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ଏବେ ଭଲ ରହିଛି ।’

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ''ମେଳା ପରିଚାଳନାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା, ଜଣେ ମହିଳା ଏହି ଦୋଳିର ମୁଖ୍ୟ ଥିଲେ । ଏହି ଘଟଣା ଘଟିବାର ୨୦ ମିନିଟ୍‌ ପରେ ମହିଳା ଜଣଙ୍କ ଘଟଣାସ୍ଥଳରେ ପହଞ୍ଚି କାହାର ମୃତ୍ୟୁ ହୋଇନଥିବା କହିବା ସହ ୨ଜଣ ଶିଶୁ ଚେତାଶୂନ୍ୟ ହୋଇଯାଇଥିବା ସୂଚନା ଦେଇଥିଲେ ।’’ ତେବେ ଏହି ଘଟଣା ପାଇଁ ଦାୟୀ କିଏ ଓ କିପରି ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଏହା ଚାଲିଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଅଘଟଣ କେଉଁ କାରଣ ଯୋଗୁଁ ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ବର୍ତ୍ତମାନ ତଦନ୍ତ ଜାରି ରହିଛି ।

Last Updated : Sep 5, 2022, 7:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.