ETV Bharat / bharat

Interesting News: ମଇଁଷିଙ୍କ ପାଇଁ ସୁଇମିଂପୁଲ, ଲାଗିଛି ସାୱାର

ସୁଇମିଂ ପୁଲରେ ଗାଧୋଉଛନ୍ତି ମଇଁଷି । ଗରମରୁ ରକ୍ଷା ପାଇବା ପାଇଁ ମଇଁଷିଙ୍କ ପାଇଁ ତିଆରି ହୋଇଛି ସୁଇମିଂ ପୁଲ । ଅଧିକ ପଢନ୍ତୁ

ଅସହ୍ୟ ତାତି : ସୁଇମିଙ୍ଗ ପୁଲରେ ଗାଧୋଉଛନ୍ତି ମଇଁଷି

author img

By

Published : Apr 15, 2022, 12:59 PM IST

ଚଣ୍ତିଗଡ: ସୁଇମିଂ ପୁଲରେ ଗାଧୋଉଛନ୍ତି ମଇଁଷି । କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସତ । ଗରମରୁ ରକ୍ଷା ପାଇବା ପାଇଁ ମଇଁଷିଙ୍କ ପାଇଁ ତିଆରି ହୋଇଛି ସୁଇମିଂ ପୁଲ । ଆଉ ଏଭଳି ବ୍ୟବସ୍ଥା କରିଛନ୍ତି ହରିୟାଣାରେ ଥିବା ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଫର ରିସର୍ଚ ଅନ ବଫାଲୋ (Central Institute for Research on Buffaloes) । ହରିୟାଣାରେ ଥିବା ଏହି ଅନୁଷ୍ଠାନ ମଇଁଷିଙ୍କ ପାଇଁ ଏଭଳ ଇଷ୍ଟିଚ୍ୟୁଟ ମଧ୍ୟରେ ସୁଇମିଂପୁଲ କରିଛି । ଯାହା ଏବେ ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛି ।

ଅସହ୍ୟ ତାତି : ସୁଇମିଙ୍ଗ ପୁଲରେ ଗାଧୋଉଛନ୍ତି ମଇଁଷି

ଏହି ସୁଇମିଂ ପୁଲରେ ମଇଁଷିମାନେ ଦିନକୁ ତିନିରୁ ଚାରିଥର ଗାଧୋଇଥାନ୍ତି । ଅତ୍ୟାଧିକ ଗରମ ହେତୁ ଦିନକୁ ଘଣ୍ଟା ଘଣ୍ଟା ଧରି ଏଠାରେ ଛିଡା ମଧ୍ୟ ହୋଇଥାନ୍ତି । ସୁଇମିଙ୍ଗ ପୁଲରେ ଥଣ୍ତା ପାଣି ପାଇଁ ଏକ ସ୍ବତନ୍ତ୍ର ସାଓ୍ବାର ଲଗାଯାଇଛି । ବିଶେଷ କରି ହରିୟାଣା ଏବଂ ଅନ୍ୟାନ୍ୟ ରାଜ୍ୟରେ ମଇଁଷି ମାନଙ୍କ ଠାରୁ ଦୁଗ୍ଧ ଉତ୍ପାଦନ କରାଯାଇଥାଏ । ଏପରିକି ମଇଁଷିମାନଙ୍କ ରଙ୍ଗା କଳା ହେତୁ ସେମାନଙ୍କୁ ଅଧିକ ଗରମ ଲାଗିଥାଏ ବୋଲି ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଫର ରିସର୍ଚ ଅନ ବଫାଲୋର ବୈଜ୍ଞାନିକ ଡକ୍ଟର ଅନୁରାଗ ଭରଦ୍ବାଜ କହିଛନ୍ତି । ଏପରିକି ଗ୍ରୀଷ୍ମର ପ୍ରଭାବ ଅଧିକ ହେଉଥିବାରୁ ଦୁଗ୍ଧ ଉତ୍ପାଦନ ମଧ୍ୟ କମିଯାଏ । ଅନ୍ୟପକ୍ଷରେ, ଗରମ ହେତୁ ଗର୍ଭବତୀ ଥିବା ମଇଁଷିମାନେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି କାରଣରୁ ସେଣ୍ଟ୍ରାଲ ଇଷ୍ଟିଚ୍ୟୁଟ ଫର ରିସର୍ଚ ଅନ ବଫାଲୋ ପକ୍ଷରୁ ମଇଁଷିମାନଙ୍କ ପାଉଁ ଏହି ସୁଇମିଂ ପୁଲ୍ ନିର୍ମାଣ ହୋଇଛି ।

ବୈଜ୍ଞାନିକ ଡକ୍ଟର ଅନୁରାଗ ଭରଦ୍ବାଜଙ୍କ ମତ ଅନୁସାରେ,ପଶୁମାନଙ୍କୁ ଗରମରୁ ରକ୍ଷା କରିବା ପାଇଁ ପଶୁମାନେ ରହୁଥିବା କୋଠରୀରେ କୁଲର ଓ ପଙ୍କାର ବ୍ୟବସ୍ଥା କରିବା ଉଚିତ । ଏହି ଦିନ ଗୁଡିକଲେ ପଶୁମାନଙ୍କୁ ଉତ୍ତାପରୁ ରକ୍ଷା କରିବା ସହିତ ଅନ୍ୟାନ୍ୟ ଜିନିଷର ଯତ୍ନ ନେବା ମଧ୍ୟ ଜରୁରୀ । ବିଶେଷ କରି ଖରାଦିନେ ପଶୁମାନଙ୍କୁ ସମୟ ସମୟରେ ପାଣି ଓ ଖାଇବା ଦିଆଯିବା ଉଚିତ । ଏହା ସହିତ ପଶୁମାନଙ୍କୁ ଯଥାସମ୍ଭବ ଘାସ ଖାଇବାକୁ ଦିଆଯିବା ଉଚିତ । ଯାହାଦ୍ବାରା ସେମାନଙ୍କ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯିବନି । ଏହି ଗ୍ରୀଷ୍ମ ରୁତୁରେ ଆମେ ପଶୁମାନଙ୍କୁ ଅଧିକରୁ ଅଧିକ ଘାସ ଏବଂ ପୁଷ୍ଟିକର ଖାଦ୍ୟ ଦେବା ଉଚିତ । ଡାକ୍ତରଙ୍କ କହିବା ଅନୁଯାୟୀ,ତାତି ବୃଦ୍ଧି ହେତୁ ପଶୁଙ୍କ ଶରୀରରେ ଶରୀରର ତାପମାତ୍ରା ମଧ୍ୟ ବଢିଥାଏ । ଏହା ସହିତ ଡିହାଇଡ୍ରେସନ୍ ହେତୁ ପଶୁର ଚର୍ମ ମଧ୍ୟ କୁଞ୍ଚିତ ହୋଇଯାଏ । ଜଳର ଅଭାବ ହେତୁ ଆଖି ମଧ୍ୟ ଭିତରକୁ ପଶିଯାଏ । ଦୁଗ୍ଧ କ୍ଷମତା ମଧ୍ୟ 20 ପ୍ରତିଶତ ହ୍ରାସ ପାଇଥାଏ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.